ତପିଙ୍କଠୁ ଦୂରେଇଲେ ଦୂତି

Advertisment
ତପିଙ୍କଠୁ ଦୂରେଇଲେ ଦୂତି

Odisha News Insight

ଭୁବନେଶ୍ବର: ଓଡ଼ିଶା ସରକାରଙ୍କ ସହ ମୁକାବିଲା ମୂଳକ ପରିସ୍ଥିତି ପରେ ଦେଶର ଶ୍ରେଷ୍ଠ ଧାବିକା ଦୂତି ଚାନ୍ଦ ତାଙ୍କ ବ୍ୟକ୍ତିଗତ ପ୍ରବଂଧକ ତପି ମିଶ୍ରଙ୍କଠାରୁ ଦୂରେଇ ଯାଇଛନ୍ତି। ଫେସ୍‌ବୁକ୍ ଆକାଉଣ୍ଟ୍‌ରେ ଛାଡ଼ିଥିବା ଘୋଷଣାନାମାରେ ଦୂତି ଲେଖିଛନ୍ତି ‘ସହମତିର ସହ ମୁଁ ମୋ ପ୍ରବଂଧକ ତପି ମିଶ୍ରଙ୍କଠାରୁ ପେସାଦାର ସମ୍ପର୍କକୁ ଛିନ୍ନ କରୁଛି। ଆମ ମଧ୍ୟରେ ନିବିଡ଼ କର୍ମ ସମ୍ପର୍କ ରହିଥିଲା। ନୂଆ ପ୍ରବଂଧକ ନିଯୁକ୍ତି ହେବା ପର୍ଯ୍ୟନ୍ତ ମୋ ମେଲ୍‌ ଆଇଡିରେ କେହି ବି ଯୋଗାଯୋଗ କରିପାରିବେ’। ତପି ମିଶ୍ର କିନ୍ତୁ ନିଜ ଆଡୁ ଦୂତିଙ୍କ ସହ ସମ୍ପର୍କ ଛିନ୍ନ କରିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି। ‘ମୋର ସରକାରଙ୍କ ସହ ଲଢ଼ିବାର ନାହିଁ, ତେଣୁ ଏଭଳି ନିଷ୍ପତ୍ତି ନେଲି’ ବୋଲି ତପି କହିଛନ୍ତି।

କିନ୍ତୁ ରାଜ୍ୟର ପ୍ରଥମ କ୍ରୀଡ଼ା ମ୍ୟାନେଜମେଣ୍ଟ୍‌ ସଂସ୍ଥା ଭାବେ ଡିଟି ଗ୍ରୁପ୍‌ ଉପରେ ଏହାର‌ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ବୃତ୍ତିରେ ଅଭିନେତା ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଦୂତି ମଧ୍ୟ ଶନିବାର ‘ସମ୍ବାଦ’ରେ ପ୍ରକାଶିତ ‘ହକି ବିଶ୍ବକପ୍‌ ଖର୍ଚର ପ୍ରଶ୍ନ ଉଠାଇଲେ’ ଖବରକୁ ଅସ୍ବୀକାର କରିଛନ୍ତି। କୌଣସି ଇଂରାଜୀ ଦୈନିକକୁ ସାକ୍ଷାତକାର ବେଳେ ସେ ଏଭଳି କହିନଥିବା ପ୍ରକାଶ କରିଛନ୍ତି। ଏଥି ସହ ଦୂତିଙ୍କ ସରକାରୀ ବିରୋଧୀ ସ୍ବର କ୍ରମେ ନମ୍ର ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe