ଭୁବନେଶ୍ବର: ଇଣ୍ଡୋନେସିଆର ଜାକର୍ତାରେ ଶେଷ ହୋଇଥିବା ଏସୀୟ ରଗ୍ବି ସେଭେନ୍ସ ଟ୍ରଫିରେ ଭାରତୀୟ ମହିଳା ରଗ୍ବି ଦଳ ରୌପ୍ୟ ପଦକ ଜିତିଥିଲା। ଲିଗ୍ ମ୍ୟାଚ୍ରେ ଭାରତ ଯଥାକ୍ରମେ ମଙ୍ଗୋଲିଆକୁ ୩୯-୦, ଗୁଆମକୁ ୨୬-୨୧ ଓ ୟୁଏଇକୁ ୨୧-୦ରେ ପରାସ୍ତ କରି ସେମିଫାଇନାଲ୍ରେ ପହଞ୍ଚିଥିଲା। ସେମିଫାଇନାଲ୍ରେ ଏହି ଦଳ ଇଣ୍ଡୋନେସିଆକୁ ୧୭-୧୨ରେ ହରାଇଥିଲା। ହେଲେ ଫାଇନାଲ୍ରେ ଭାରତ ୫-୧୭ରେ ସିଙ୍ଗାପୁରଠୁ ହାରି ରୌପ୍ୟରେ ସନ୍ତୁଷ୍ଟ ରହିଥିଲା। ଏହି ପଦକ ବିଜେତା ଦଳରେ ଥିଲେ ୩ ଓଡ଼ିଆ ହୁପି ମାଝି, ତାରୁଲତା ନାଏକ ଓ ଦୁମୁନି ମାର୍ଣ୍ଡି। ରାଜ୍ୟ ପାଇଁ ଗୌରବ ଆଣିଥିବା କିସ୍ର ଏହି ୩ ପ୍ରଶିକ୍ଷାର୍ଥୀ ମଙ୍ଗଳବାର ଭୁବନେଶ୍ବରରେ ପହଞ୍ଚିଛନ୍ତି। ପହଞ୍ଚିବା ପରେ ସେମାନଙ୍କୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ବିଜୟ ଲାଗି କିଟ୍ ଓ କିସ୍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସେମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
      
          ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
      
    
  
  
 
  
    Here are a few more articles:
    
        
    
            
            {{#pages}}
                
                
                
            {{/pages}}
            
        
    
    
  
 Follow Us