ଓ୍ଵିକାଞ୍ଜି: ଭାରତୀୟ ଚେସ୍ ତାରକା ବିଶ୍ୱନାଥନ୍ ଆନନ୍ଦ ନେଦରଲାଣ୍ଡ୍ର ଓ୍ଵିକାଞ୍ଜିରେ ଚାଲିଥିବା ଟାଟା ଷ୍ଟିଲ୍ ପ୍ରତିଯୋଗିତାର ଦ୍ୱିତୀୟ ପର୍ଯ୍ୟାୟରେ ରୁଷିଆର ସର୍ଗେ କାର୍ଜାକିନ୍ଙ୍କ ସହ ପଏଣ୍ଟ୍ ବାଣ୍ଟିଛନ୍ତି। ଉଦ୍ଘାଟନୀ ମୁକାବିଲାରେ ଆନନ୍ଦ ରୁଷିଆର ମାକ୍ସିମ ମାତ୍ଲାକୋଭଙ୍କୁ ହରାଇ ୧ ପଏଣ୍ଟ୍ କରାୟତ କରିଥିଲେ। ସୋମବାର କାର୍ଜାକିନ୍ଙ୍କ ସହ ଅମୀମାଂସିତ ରଖି ୦.୫ ପଏଣ୍ଟ୍ ହାସଲ କରିଥିଲେ। ଫଳରେ ଆନନ୍ଦ ମୋଟ୍ ୧.୫ ସହ ପଏଣ୍ଟ୍ ତାଲିକାରେ ହଲାଣ୍ଡ୍ର ଅନିସ ଗିରି (୨) ପଛକୁ ନରେଓ୍ଵର ମାଗନସ୍ କାର୍ଲସନ୍ ଏବଂ ଆଜରବୈଜାନର ସଖ୍ରିୟାର ମାମେଦାରଭଙ୍କ ସହ ଦ୍ୱିତୀୟରେ ରହିଛନ୍ତି। ତେବେ ପ୍ରଥମ ମ୍ୟାଚ୍ରେ ଅମୀମାଂସିତ ରଖିଥିବା ଭାରତୀୟ ଗ୍ରାଣ୍ଡ୍ମାଷ୍ଟର ବି ଅଧିବାନ କାର୍ଲସନ୍ଙ୍କଠୁ ହାରିଯାଇଥିଲେ। ଚ୍ୟାଲେଞ୍ଜର୍ସ ବର୍ଗରେ ଭାଗନେଇଥିବା ଦୁଇ ଭାରତୀୟ ଗ୍ରାଣ୍ଡ୍ମାଷ୍ଟର ମଧ୍ୟରୁ ଭିଦିତ ଗୁଜରାଟୀ ଇଜିପ୍ଟର ଅମିନ ବାସୀମଙ୍କୁ ହରାଇ ପୁରା ୧ ପଏଣ୍ଟ୍ ହାସଲ କରିଥିଲେ। ଡି ହାରିକା ନେଦରଲାଣ୍ଡ୍ର ବେଞ୍ଜାମିନ୍ ବକ୍ଙ୍କ ସହ ଅମୀମାଂସିତ ରଖି ପଏଣ୍ଟ୍ ଭାଗ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us