ବୈତରଣୀ ଫୁଟ୍‌ବଲ ସେମିରେ ଟାଟା ମାଇନସ୍‌

Advertisment
ବୈତରଣୀ ଫୁଟ୍‌ବଲ ସେମିରେ ଟାଟା ମାଇନସ୍‌

ବୈତରଣୀରୋଡ଼: ବରୁଣ୍ଡେଇ ଡାକ୍ତରଖାନା ପଡ଼ିଆରେ ଚାଲିଥିବା ୪୫ତମ ରାଜ୍ୟସ୍ତରୀୟ ବୈତରଣୀ ଫୁଟ୍‌ବଲ ପ୍ରତିଯୋଗିତାର ବୁଧବାର ଚତୁର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚ୍‌ରେ ବାଲେଶ୍ୱର କ୍ରୀଡ଼ା ଛାତ୍ରାବାସକୁ ୨-୦ ଗୋଲ୍‌ରେ ପରାସ୍ତ କରି ଟାଟା ମାଇନସ୍‌ (ଯାଜପୁର) ସେମିଫାଇନାଲ୍‌ ପ୍ରବେଶ କରିଛି। ମ୍ୟାଚ୍‌ର ଉଭୟାର୍ଧରେ ବିଜୟୀ ଦଳ ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲା। ମାନସ କୁମାର ବିଶ୍ୱାଳ, ଉତ୍ତମ ବାରିକ ଓ ଜିତେନ୍ଦ୍ର ପ୍ରସାଦ ବାରିକ ମ୍ୟାଚ୍‌ ପରିଚାଳନା କରିଥିଲେ। ହେମନ୍ତ କୁମାର ଦାଶ, କିଶୋର କୁମାର ମହାନ୍ତି ଓ ନିରଞ୍ଜନ ଚକ୍ରବର୍ତୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଗୁରୁବାର ପ୍ରଥମ ସେମିଫାଇନାଲରେ ଧର୍ମଶାଳା ଦୌଡ଼କୁଦ ସଂଘ ଓ କଟକର ମା’ ମଙ୍ଗଳା କ୍ଲବ୍‌ ମୁହାଁମୁହିଁ ହେବେ। ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ହରେକୃଷ୍ଣ ସାହୁ, କୋରେଇ ଥାନାଧିକାରିଣୀ ଚିନ୍ମୟୀ ସାହୁ, ଶିକ୍ଷକ ସଂଘ ସମ୍ପାଦକ ନୃସିଂହ ନାରାୟଣ ମିଶ୍ର, ବରୁଣ୍ଡେଇ ସରପଞ୍ଚ ସୌଭାଗ୍ୟ କୁମାର ମହାନ୍ତି, ପୂର୍ବତନ ସରପଞ୍ଚ ଉଦୟନାଥ ପରିଡ଼ା, ଅବସର ପ୍ରାପ୍ତ ଶିକ୍ଷକ ବିଶ୍ୱତୋଷ ସିହ୍ନା, ଅବସର ପ୍ରାପ୍ତ କ୍ରୀଡ଼ା ଶିକ୍ଷକ ବିଜୟକୃଷ୍ଣ ଘୋଷ, ହରିହର ସିଂ ଅତିଥି ଭାବେ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe