ଭୁବନେଶ୍ୱର,: ଟାଟା ଷ୍ଟିଲ୍ ପକ୍ଷରୁ ଝାଡ଼ଖଣ୍ଡର ନୋଆମୁଣ୍ଡିରେ ଏକ ରନ୍-ଏ-ଥନ୍ ପ୍ରତିଯୋଗତା ଅନୁଷ୍ଠିତ ହୋଇଯାଇଛି। ଜୈବ ବିବିଧତା ପାଇଁ ଦୌଡ଼ ବିଷୟବସ୍ତୁ ଉପରେ ଆୟୋଜିତ ଏହି ପ୍ରଥମ ସଂସ୍କରଣ ନୋଆମୁଣ୍ଡି ରନ୍-ଏ-ଥନ୍ରେ ପ୍ରାୟ ୫୦୦୦ ଗ୍ରାମୀଣ ଲୋକ ଭାଗନେବା ସବୁଠାରୁ ଉଲ୍ଲେଖନୀୟ ବିଷୟ ଥିଲା। ପୁରୁଷ ଓ ମହିଳା ମାନେ ଯଥାକ୍ରମେ ୭ ଓ ୫ କିଲୋମିଟର୍ ଦୌଡ଼ରେ ଭାଗ ନେଇଥିଲେ। ବାଳକମାନେ ୫ କିଲୋମିଟର୍ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ୨ କିଲୋମିଟର୍ ଦୌଡ଼ ବ୍ୟବସ୍ଥା ମଧ୍ୟ ରହିଥିଲା। ବିଭିନ୍ନ ବର୍ଗର ପ୍ରତିଯୋଗିତାକୁ କମ୍ପାନିର ବରିଷ୍ଠ ଅଧିକାରୀ ଚାଣକ୍ୟ ଚୌଧୁରୀ, ପଙ୍କଜ ସତିଜା, ପଶ୍ଚିମ ସିଂହଭୂମୀର ଡେପୁଟି କମିଶନର୍ ଆରଭା ରାଜକମଲ, ଆରକ୍ଷୀ ଅଧୀକ୍ଷକ ଅନୀଶ ଗୁପ୍ତା ପ୍ରମୁଖ ଉଦ୍ଘାଟନ କରିଥିଲେ।
ଟାଟା ଷ୍ଟିଲ୍ ପକ୍ଷରୁ ନୋଆମୁଣ୍ଡି ରନ୍ ଏ ଥନ୍
Advertisment
Follow Us