ଭୁବନେଶ୍ୱର: ଟାଟା ଷ୍ଟିଲ୍ର ଭୁବନେଶ୍ୱର ହାଫ୍ ମାରାଥନ୍ ପ୍ରତିଯୋଗିତାର ଦ୍ୱିତୀୟ ସଂସ୍କରଣ ୨୦୧୮ ମସିହା ଜାନୁଆରି ୧୪ ତାରିଖରେ ଅନୁଷ୍ଠିତ ହେବ। ଚଳିତବର୍ଷର ଦ୍ୱିତୀୟ ସଂସ୍କରଣ ଭଳି ମୋଟ ୩୦ ଜଣଙ୍କୁ ୮.୬୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରାଯିବ। ହାଫ୍ ମାରାଥନ୍ ସହିତ ଅଣ ପେସାଦାରଙ୍କ ପାଇଁ ୧୦ କିଲୋମିଟର୍ ଏବଂ ୫ କିଲୋମିଟର୍ ବିଶିଷ୍ଟ ଅନ୍ୟ ଦୁଇଟି ମିନି ମାରାଥନ୍ ପ୍ରତିଯୋଗିତା ମଧ୍ୟ ସମାନ ସମୟରେ ଆୟୋଜିତ ହେବ। ରାଜ୍ୟର ଏହି ଏକମାତ୍ର ପେସାଦାର ମାରାଥନ୍ ପ୍ରତିଯୋଗିତାକୁ ନେଇ ରହିଥିବା ଉତ୍ସାହ ଏବେ ପରିଲଖିତ ହୋଇଛି। ଏଥି ପାଇଁ ଖେଳାଳିଙ୍କ ନାମ ପଞ୍ଜୀକରଣକୁ ଜାନୁଆରି ୭ ପରିବର୍ତେ ୯ ତାରିଖକୁ ଘୁଞ୍ଚାଇ ଦିଆଯାଇଛି। ଅଦ୍ୟାବଧି ୩୦୦୦ ଧାବକ ଓ ଧାବିକା ନାମ ପଞ୍ଜୀକରଣ କରି ସାରିଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି। ଆଗ୍ରହୀ ଖେଳାଳିମାନେ www.tatasteelbbsr-run.comରେ ଲଗ୍ ଅନ୍ କରି ନାମ ପଞ୍ଜୀକରଣ କରିପାରିବେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us