ଟାଟା ଷ୍ଟିଲ୍‌ ପକ୍ଷରୁ ମହିଳାଙ୍କ ଦୁଃସାହସିକ ଅଭିଯାନ

Advertisment
ଟାଟା ଷ୍ଟିଲ୍‌ ପକ୍ଷରୁ ମହିଳାଙ୍କ ଦୁଃସାହସିକ ଅଭିଯାନ

ଭୁବନେଶ୍ୱର: ଟାଟା ଷ୍ଟିଲ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ (ଟିଏସ୍‌ଏଏଫ୍‌) ସହଯୋଗରେ କଳିଙ୍ଗନଗରରେ ଅବସ୍ଥିତ ଟାଟା ଷ୍ଟିଲ ଅଧିକାରୀଙ୍କ ପତ୍ନୀଙ୍କ ନିମନ୍ତେ ଦୁଃସାହାସିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ୨୨ ଜଣଙ୍କୁ ନେଇ ଗଠିତ ମହିଳା ଦଳ ଅକ୍ଟୋବର ୯ ତାରିଖରେ ଦୟାରା (୧୨,୫୦୦ ଫୁଟ୍‌) ପର୍ବତର ଶିଖରରେ ପହଞ୍ଚିଥିଲା। ଏଭରେଷ୍ଟ ଆରୋହୀ ପ୍ରେମଲାତା ଅଗ୍ରଓ୍ଵାଲ ଓ ଆର ଏସ୍‌ ପାଲଙ୍କ ସହିତ ଟାଟା ଷ୍ଟିଲ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ କାର୍ଯ୍ୟକ୍ରମର ମୁଖ୍ୟ ବଚ୍ଛେନ୍ଦ୍ରୀ ପାଲଙ୍କ ନେତୃତ୍ୱରେ ଏହି ମହିଳା ଦଳ ସେଠାକୁ ଯାତ୍ରା କରଥିଲେ। ପ୍ରଥମ ଥର ପାଇଁ ଟାଟା ଷ୍ଟିଲ କଳିଙ୍ଗନଗର ପକ୍ଷରୁ ଏଭଳି ଶିବିର ଆୟୋଜିତ ହୋଇଥିଲା। ଏହି ଦଳ ଅକ୍ଟୋବର ୧୨ ତାରିଖରେ ଭୁବନେଶ୍ୱରରେ ପହଞ୍ଚିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe