ଟେଲର୍‌ ଓଡ଼ିଶା ଏଫ୍‌ସି ଅଧିନାୟକ

Advertisment
ଟେଲର୍‌ ଓଡ଼ିଶା ଏଫ୍‌ସି ଅଧିନାୟକ

Odisha Bytes

ଭୁବନେଶ୍ବର: ଇଂଲିସ ଡିଫେଣ୍ଡର୍‌ ଷ୍ଟିଭେନ୍ ଟେଲର୍‌ ଆଗାମୀ ଆଇଏସ୍‌ଏଲ୍‌ ଋତୁ ପାଇଁ ଓଡ଼ିଶା ଏଫ୍‌ସି ଅଧିନାୟକ ନିଯୁକ୍ତ‌ ହୋଇଛନ୍ତି। ଶନିବାର ଓଡ଼ିଶା ଏଫ୍‌ସିର ଦଳୀୟ‌ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଷ୍ଟିଭେନ୍‌ଙ୍କ ଅଭିଜ୍ଞତା ଏବଂ ନେତୃତ୍ବ ଦକ୍ଷତାକୁ ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍‌ ପ୍ରଶଂସା କରିବା ପରେ ଏହି ନିଯୁକ୍ତି ପ୍ରଦାନ କରାଯାଇଛି। ଯୁବ ଖେଳାଳିଙ୍କୁ ଗଢ଼ିତୋଳିବା ସହ ବିଜୟୀ ମାନସିକତା ରଖିଥିବାରୁ ଷ୍ଟିଭେନଙ୍କ ଅଧୀନରେ ଓଡ଼ିଶା ଏଫ୍‌ସି ସଫଳତା ପାଇବ ବୋଲି ମଧ୍ୟ ବକ୍ସଟର୍ ଆଶା ପ୍ରକାଶ କରିଛନ୍ତି। ଅଧିନାୟକ ନିଯୁକ୍ତ ହେବା ପରେ ଷ୍ଟିଭେନ୍‌ ଟେଲର୍ ମଧ୍ୟ ଉଲ୍ଲସିତ ହୋଇ କହିଛନ୍ତି ‘ଆମେ ଗୋଟିଏ ପରିବାର ଭଳି, ପଡ଼ିଆ ଭିତରେ ଏବଂ ବାହାରେ ପରସ୍ପର ସହିତ ରହିଛୁ। ନିଜ ଭିତରେ ବିଶ୍ବାସ ରଖିଥିବାରୁ ଏହା ଏକ ସ୍ବତନ୍ତ୍ର ଋତୁ ହେବ। ପ୍ରତିଟି ତାଲିମ ଅଧିବେଶନରୁ ଆମେ ଶିଖିବୁ ଓ ପ୍ରତିଟି ମ୍ୟାଚ୍‌ ସହ ଆମ ଅଭିଜ୍ଞତା ଅଗ୍ରଗତି କରିବ। ମୁଁ ଆପଣମାନଙ୍କ ଗହଣରେ ଥିବାରୁ ଖୁସି’। ସୂଚନାଯୋଗ୍ୟ, ନଭେମ୍ବର ୨୦ ତାରିଖରୁ ଆଇଏସ୍‌ଏଲ୍‌ ଗୋଆରେ ଆରମ୍ଭ ହେଉଥିବା ବେଳେ ଓଡ଼ିଶା ଏଫ୍‌ସି ୨୩ ତାରିଖରୁ ହାଇଦ୍ରାବାଦ ଏଫ୍‌ସି ସହ ଖେଳି ଅଭିଯାନ ଆରମ୍ଭ କରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe