ଟିମ୍ ଇଣ୍ଡିଆ ବସ୍ ଚାଳକ ପାକିସ୍ତାନୀ

Advertisment

ଆୟୋଜକ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ ଏହି ଦେଶର ପ୍ରଶଂସକଙ୍କୁ ବହୁତ ବାଧିଛି। ସେଥିପାଇଁ ସେମାନେ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେତିକି ଆସୁଛନ୍ତି, ଭାରତୀୟ କ୍ରିକେଟ୍ ଦଳର ପ୍ରେମରେ ପଡ଼ି ଯାଉଛନ୍ତି।

ଆୟୋଜକ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ ଏହି ଦେଶର ପ୍ରଶଂସକଙ୍କୁ ବହୁତ ବାଧିଛି। ସେଥିପାଇଁ ସେମାନେ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେତିକି ଆସୁଛନ୍ତି, ଭାରତୀୟ କ୍ରିକେଟ୍ ଦଳର ପ୍ରେମରେ ପଡ଼ି ଯାଉଛନ୍ତି।

sffssfxcdf

ଆୟୋଜକ ପାକିସ୍ତାନର ଲଜ୍ଜାଜନକ ପ୍ରଦର୍ଶନ ଏହି ଦେଶର ପ୍ରଶଂସକଙ୍କୁ ବହୁତ ବାଧିଛି। ସେଥିପାଇଁ ସେମାନେ ଚାମ୍ପିଅନ୍ସ ଟ୍ରଫି ଦେଖିବାକୁ ଆଉ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେତିକି ଆସୁଛନ୍ତି, ଭାରତୀୟ କ୍ରିକେଟ୍ ଦଳର ପ୍ରେମରେ ପଡ଼ି ଯାଉଛନ୍ତି। ମଙ୍ଗଳବାରର ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ୍ ଦେଖିବାକୁ ହାତଗଣତି ପାକିସ୍ତାନୀ କ୍ରିକେଟ୍‌ପ୍ରେମୀ ଦୁବାଇ ଷ୍ଟାଡିୟମ୍ ଆସିଥିଲେ। ତେବେ ଜଣେ ପାକିସ୍ତାନୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ଇସରାର୍ ନାମକ ଏହି ପାକିସ୍ତାନୀ ନାଗରିକ ଜଣକ ଭାରତୀୟ କ୍ରିକେଟ୍ ଦଳର ବସ୍ ଚାଳକ ଥିଲେ। ଖେଳାଳିଙ୍କୁ ନେବା ଆଣିବା ଦାୟିତ୍ବ ତାଙ୍କର ଥିଲା।

ଇସରାର୍‌ ଏହାକୁ ନିଜର ସୌଭାଗ୍ୟ ମାନୁଥିଲେ। ଏହି ମହତ୍ତ୍ବପୂର୍ଣ୍ଣ କାମ ପାଇଁ ସେ ନିଜକୁ କୌଣସି ହିରୋଠାରୁ କିଛି କମ୍ ଭାବୁ ନଥିଲେ ବୋଲି ଏକ ସାକ୍ଷାତକାରରେ କହିଥିଲେ। କାରଣ ଆଜିର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବସ୍ ସେ ହିଁ ଚଲାଉଥିଲେ। ଦୁବାଇ ପୁଲିସ ତାଙ୍କୁ ବାଟ କଢ଼େଇ ନେଉଥିଲା ବେଳେ ରାସ୍ତାଘାଟରେ ଗୋଟିଏ ହେଲେ ବି ଗାଡ଼ି ନଥିଲା। ନିଜ ଡ୍ରାଇଭିଂ ଜୀବନର ଏଭଳି ଅଭିଜ୍ଞତା ସବୁବେଳେ ତାଙ୍କର ମନେ ରହିବ  ବୋଲି ଉଲ୍ଲସିତ ଇସରାର୍ ଭାବବିହ୍ବଳ ହୋଇ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe