ଯାନ୍ତ୍ରୀକ ତ୍ରୁଟି : କଟକ ଟି-୨୦ ପୂର୍ବରୁ ଅଟକିଲା ଟିମ୍‌ ଇଣ୍ଡିଆର ବସ୍‌

Advertisment
ବାରବାଟୀ ଟିକେଟ କେଳେଙ୍କାରୀ: ବିନୟଙ୍କ ଜାମିନ ଖାରଜ

କଟକ: ଆଉ କେଇ ଘଣ୍ଟା ପରେ ବାରବାଟୀ ଷ୍ଟାଡିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳ ଆରମ୍ଭ ହେବାକୁ ଥିବା ବେଳେ ଭୁବନେଶ୍ୱରରୁ ବାହାରିଥିବା ଟିମ୍‌ ଇଣ୍ଡିଆର ଖେଳାଳି ବାଟରେ ଫସିଛନ୍ତି। ଷ୍ଟାଡିୟମ ପହଞ୍ଚିବା ପୂର୍ବରୁ ଖେଳାଳିମାନେ ଅଧ ବାଟରେ ଅଟକି ଯାଇଛନ୍ତି। ଯାନ୍ତ୍ରୀକ ତ୍ରୁଟି ଯୋଗୁଁ  ଖେଳାଳିଙ୍କୁ ନେଇ ଯାଉଥିବା ବସ୍‌ଟି ତେଲେଙ୍ଗାପେଣ୍ଠ ଠାରେ ଅଟକି ଯାଇଥିବା ବିଶେଷ ସୂତ୍ରରୁ ସୂଚନା ମିଳିଛି। ପରେ ପୁଣି ଉଭୟ ଭାରତ ଓ ଶ୍ରୀଲଙ୍କାର ଖେଳାଳି ବାରବାଟୀରେ ପହଞ୍ଚି ଥିଲେ।

ବାରବାଟୀ ଷ୍ଟାଡିୟମରେ ବୁଧବାର ଅନ୍‌ଲାଇନ୍‌ରେ ଟିକେଟ କିଣିଥିବା ଦର୍ଶକମାନଙ୍କୁ ନାହିଁ ନଥିବା ହଇରାଣ ହେବାକୁ ପଡ଼ିଛି। ଏହି ଟିକେଟମାନଙ୍କରେ କମିସନରେଟ୍‌ ପୁଲିସ ଡିସିପିଙ୍କ ହସ୍ତାକ୍ଷର ନଥିବାରୁ ଦର୍ଶକମାନଙ୍କୁ ଷ୍ଟାଡିୟମ ଭିତରକୁ ପ୍ରବେଶ ଦିଆଯାଉ ନାହିଁ। ଅସୁବିଧାର ସମ୍ମୁଖୀନ ହୋଇଥିବା ଦର୍ଶକମାନେ ଷ୍ଟାଡିୟମ ଗେଟ୍‌ ନମ୍ବର ୪, ୫ ଓ ୬ରେ ହଙ୍ଗାମା ସୃଷ୍ଟି କରିଛନ୍ତି।

୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ ଦେଖିବା ପାଇଁ ଉତ୍ସାହର ଦର୍ଶକମାନେ ବୁଧବାର ଅପରାହ୍ନ ୧ଟା ୩୦ରୁ ଲାଇନ୍‌ରେ ଛିଡ଼ା ହୋଇଥିଲେ। ବାରବାଟୀ ଷ୍ଟାଡିୟମର ଗେଟ୍‌ ଖୋଲାଯିବା ପରେ ଯେଉଁମାନେ ଟିକେଟ କାଉଣ୍ଟରରୁ ଟିକେଟ କିଣି ଥିଲେ, ସେମାନଙ୍କର ଟିକେଟରେ ଡିସିପିଙ୍କ ହସ୍ତାକ୍ଷର ଥିବା ବେଳେ ଯେଉଁମାନେ ଅନ୍‌ଲାଇନ୍‌ରେ ଟିକେଟ କିଣିଛନ୍ତି, ସେମାନଙ୍କର ଟିକେଟରେ ଡିସିପିଙ୍କ ହସ୍ତାକ୍ଷର ନାହିଁ।

ଷ୍ଟାଡିୟଭ ଭିତରକୁ ପ୍ରବେଶ ନେଇ ଦର୍ଶକ ଓ ପୁଲିସ ମଧ୍ୟରେ ଝଗଡ଼ା ବହୁ ସମୟ ଧରି ଚାଲିଥିଲେ ମଧ୍ୟ ରିପୋର୍ଟ ଲେଖାଯିବା ବେଳକୁ ସମସ୍ୟାର ସମାଧାନ ହୋଇ ପାରି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe