oneindia
ଗୁରୁଗ୍ରାମ: ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଥିବା ଭାରତୀୟ ଟିମ୍ ବିଶ୍ୱ କପରେ ଜବରଦସ୍ତ ପ୍ରଦର୍ଶନ କରିବାକୁ ଲାଗିଛି। ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ ଦକ୍ଷିଣ ଆଫ୍ରିକାକୁ ୬ ଉଇକେଟରେ ହରାଇଛି। ଭାରତୀୟ ଟିମ୍ର ଭଲ ପ୍ରଦର୍ଶନରେ ଇଂଲଣ୍ଡରେ ଅଧିନାୟକ ବିରାଟ କୋହଲି ଖୁବ୍ ଖୁସି ଥିବା ବେଳେ ଗୁରୁଗ୍ରାମରେ ତାଙ୍କ ଘରେ ଗୁରୁଗ୍ରାମ ନଗର ନିଗମ ଟିମ୍ ଯାଞ୍ଚ କରି ଥିବା ଖବର ମିଳିଛି।
ଗୁରୁଗ୍ରାମ ନଗର ନିଗମ ଟିମ କୋହଲିଙ୍କ ଡିଏଲଏଫ ଫେଜ-୧ ସ୍ଥିତ ଘର ବାହାର ପାଇପରୁ ଗାଡ଼ି ଧୋଇବା ଓ ପାଣି ନଷ୍ଟ କରିବା ନେଇ ଚାଲାଣ ସହିତ ଜରିମାନା ଲଗାଇଛନ୍ତି। ଏହି ଜରିମାନା ବିରାଟ କୋହଲିଙ୍କ ଘରୋଇ ସହାୟକ ପୈଠ କରିଛନ୍ତି।
ସୂଚନାଯୋଗ୍ୟ, ବୁଧବାର ଗୁରୁଗ୍ରାମ ନଗର ନିଗମର ଟିମ୍ ବିରାଟ କୋହଲିଙ୍କ ଠିକଣା ସି-୧୦ରେ ତାଙ୍କ ଘରୋଇ ସହାୟକ ଦୀପକ ନାମରେ ଚାଲାଣ କାଟିଥିଲେ। କେବଳ ଏତିକି ନୁହେଁ, କୋହଲିଙ୍କ ସହାୟକଙ୍କୁ ଯାଞ୍ଚ ଟିମ୍କୁ ଘଟଣାସ୍ଥଳରେ ୫୦୦ଟଙ୍କାର ଜରିମାନା ବି ଦେବାକୁ ପଡ଼ିଥିଲା।
ଏହି ମାମଲାରେ କୋହଲିଙ୍କ ଘର ପାଖରେ ରହୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କ କହିବାନୁସାରେ, କୋହଲିଙ୍କ ଘରେ ଅଧା ଡର୍ଜନରୁ ଅଧିକ ଗାଡ଼ି ରହିଛି। ଏହି ଗାଡ଼ିଗୁଡ଼ିକୁ ପ୍ରତିଦିନ ପାଇପ୍ରେ ଧୁଆ ଯାଇଥାଏ। ଫଳରେ ପ୍ରତିଦିନ ବହୁତ ପାଣି ନଷ୍ଟ ହୋଇଥାଏ।
Follow Us