କ୍ରିକେଟର ଗୌତମ ଗମ୍ଭୀରଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌, ବଲିଉଡ ଅଭିନେତ୍ରୀଙ୍କୁ ପଠାଯାଇଛି ମେସେଜ

କ୍ରିକେଟର ଗୌତମ ଗମ୍ଭୀରଙ୍କ ଟୁଇଟର ଆକାଉଣ୍ଟ ହ୍ୟାକ୍‌, ବଲିଉଡ ଅଭିନେତ୍ରୀଙ୍କୁ ପଠାଯାଇଛି ମେସେଜ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଗୌତମ ଗମ୍ଭୀରଙ୍କ ଟୁଇଟର ଆକାଉଣ୍ଟ ଶନିବାର ହ୍ୟାକ୍‌ ହୋଇଛି। ହ୍ୟାକ୍‌ ପରେ ଗମ୍ଭୀରଙ୍କ ଆକାଉଣ୍ଟରୁ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଦାମ ଗିଲଖ୍ରୀଷ୍ଟ, ମାଇକେଲ୍‌ କ୍ଲାର୍କ, ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ୍‌ର କୁମାର ସାଙ୍ଗାକାର ସମେତ ବଲିଉଡ ଅଭିନେତ୍ରୀ ଚିତ୍ରଙ୍ଗଦା ସିଂହଙ୍କୁ ମେସେଜ ପଠାଯାଇଛି।

ନିଜ ଟୁଇଟର ଆକଉଣ୍ଟ ହ୍ୟାକ୍‌ ହେବାର ଅଳ୍ପ ସମୟ ପରେ ଗମ୍ଭୀର ଏବାବଦରେ ଜାଣି ପାରିଥିଲେ। ଏହା ପରେ ନିଜ ଟୁଇଟର ଆକାଉଣ୍ଟ ହ୍ୟାକ୍‌ ସଂପର୍କରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ଗମ୍ଭୀରଙ୍କ ଟୁଇଟ୍‌ର ଜବାବ ଦେବାକୁ ଯାଇ ସାଙ୍ଗାକାରା ଲେଖିଛନ୍ତି, ଧନ୍ୟବାଦ ଗୌତି! ମୋତେ ଏକ ମେସେଜ ମିଳିଥିଲା କିନ୍ତୁ ଭାଗ୍ୟବଶତଃ ମୋତେ ସନ୍ଦେହ ହୋଇଯାଇଥିଲା ଓ ମୁଁ ଏହାକୁ ଖୋଲି ନଥିଲି।

ଗୌତମ ଗମ୍ଭୀର ୫୮ ଟେଷ୍ଟ ମ୍ୟାଚ୍‌ରେ ୫ ଥର ଅପରାଜିତ ରହି ୪୧୫୪ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୯ଟି ଶତକ, ଗୋଟିଏ ଦ୍ୱି-ଶତକ ଓ ୨୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିଭଳି ଦିନିକିଆରେ ସେ ୧୧ଟି ଶତକ ଓ ୩୪ଟିି ଅର୍ଦ୍ଧଶତକ ମାରିଛନ୍ତି। ଗମ୍ଭୀର ନିଜର ଶେଷ ଦିନିକିଆ ୨୦୧୩ରେ ଖେଳିଥିବା ବେଳେ ଶେଷ ଟେଷ୍ଟ ମ୍ୟାଚ୍‌ ୨୦୧୬ରେ ଇଂଲଣ୍ଡ ବିରୋଧରେ ଖେଳିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe