ସମାଜବାଦୀ ପାର୍ଟୀ ସାଂସଦଙ୍କ ସହ ହେଲା ଷ୍ଟାର କ୍ରିକେଟର ରିଙ୍କୁ ସିଂହଙ୍କ ନିର୍ବନ୍ଧ

ଭାରତର ବିସ୍ଫୋରକ ବ୍ୟାଟସମ୍ୟାନ୍ ରିଙ୍କୁ ସିଂହ ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ସହିତ ନିର୍ବନ୍ଧ କରିଛନ୍ତି। ଇଂଲଣ୍ଡ ବିପକ୍ଷରେ ଭାରତର ଟି-୨୦ ସିରିଜ୍ ପୂର୍ବରୁ ରିଙ୍କୁ ସିଂହଙ୍କ ନିର୍ବନ୍ଧ ହୋଇଛି। ସିରିଜ୍ ୨୨ ଜାନୁଆରିରୁ ଆରମ୍ଭ ହେବାକୁ ଯାଉଛି।

A

ନୂଆଦିଲ୍ଲୀ: "ନିର୍ବନ୍ଧ କଲେ ଷ୍ଟାର କ୍ରିକେଟର ରିଙ୍କୁ ସିଂହ। ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ, ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମାଜବାଦୀ ପାର୍ଟିର ଜଣେ ସାଂସଦଙ୍କ ସହ ନିର୍ବନ୍ଧ କରିଛନ୍ତି। ରିଙ୍କୁଙ୍କ ଭାବିପତ୍ନୀ ହେଉଛନ୍ତି ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ। ରିଙ୍କୁ ସିଂହ ଏବଂ ପ୍ରିୟା ସରୋଜ ଖୁବ୍ ଶୀଘ୍ର ବିବାହ କରିବେ।" କିଛି ଘଣ୍ଟା ତଳେ ଏଭଳି ଖବରକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା।  ରିଙ୍କୁ ସିଂହଙ୍କ ପ୍ରଶିକ୍ଷକ ମାସୁଦୁଜ ଜାଫର ଅମିନି ନିର୍ବନ୍ଧ ଖବରକୁ ନିଶ୍ଚିତ କରିଥିଲେ। 

ମାସୁଦୁଜ ଜାଫର ଅମିନି କହିଥିଲେ ଯେ, ଗତକାଲି (ଜାନୁଆରୀ ୧୬) ପ୍ରିୟା ସରୋଜଙ୍କ ବାପା ତୁଫାନି ସରୋଜ ଅଲିଗଡ଼ ଆସିବା ପରେ ଓଜୋନ୍ ସହରରେ ନିର୍ବନ୍ଧ ହୋଇଥିଲା। ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ହେଲେ ଏବେ ଖବରଟି ମିଛ ବୋଲି କହିଛନ୍ତି ପ୍ରିୟାଙ୍କ ବାପା। 

ସେ କହିଛନ୍ତି ଯେ, ଏବେ ୨ପରିବାର ଏହା ଉପରେ ଆଲୋଚନା କରୁଛନ୍ତି। କୌଣସି ନିଷ୍ପତ୍ତି ନିଆଯାଇନାହିଁ। ନିର୍ବନ୍ଧ ହେବା ଖବର ମିଛ।

ତେବେ ୨୬ ବର୍ଷୀୟ ପ୍ରିୟା ସରୋଜ ୨୦୨୪ ଲୋକସଭା ନିର୍ବାଚନରେ ​​ସମାଜବାଦୀ ପାର୍ଟି ଟିକେଟରେ ମଛଲିଶହର ଆସନରୁ ବିଜୟୀ ହୋଇଥିଲେ। ସେ ବିପି ସରୋଜଙ୍କୁ ୩୫,୮୫୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ପ୍ରିୟା ସରୋଜଙ୍କ ଜନ୍ମ ୨୩ ନଭେମ୍ବର ୧୯୯୮ରେ ବାରାଣସୀରେ ହୋଇଥିଲା। ପ୍ରିୟା ନୂଆଦିଲ୍ଲୀର ଏୟାରଫୋର୍ସ ଗୋଲଡେନ ଜୁବଲି ଇନଷ୍ଟିଚ୍ୟୁଟରୁ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରି ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ କଳାରେ ସ୍ନାତକ ହାସଲ କରିଥିଲେ। ତା'ପରେ ସେ ନୋଏଡାର ଆମିଟି ବିଶ୍ୱବିଦ୍ୟାଳୟରୁ ଏଲଏଲବି ଡିଗ୍ରୀ ହାସଲ କରିଥିଲେ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe