ମୁମ୍ବାଇ: ‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଗୁରୁବାର ସିଦ୍ଧିବିନାୟକ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ଘରୋଇ ପଡ଼ିଆରେ ଦଳ ଭଲ କରିବା ସହ ଟ୍ରଫି ବଜାୟ ରଖିବା ଲାଗି ପ୍ରଭୂ ଗଣେଶଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି। ତାଙ୍କ ସହ ବ୍ୟାଟିଂ ପ୍ରଶିକ୍ଷକ ସୀତାଂଶୁ କୋଟାକ ମଧ୍ୟ ଯାଇଥିଲେ।

Advertisment

ଆହୁରି ପଢ଼ନ୍ତୁ: Bangladesh: ନିର୍ବାଚନ ପାଖେଇ ଆସୁଥିବାରୁ ବାଂଲାଦେଶର ହିନ୍ଦୁ ସଂଖ୍ୟାଲଘୁ ଆତଙ୍କିତ

ବିଜେତା ଭାରତ ଶନିବାର ୟୁଏସ୍‌ ବିପକ୍ଷରେ ସ୍ଥାନୀୟ ଐତିହାସିକ ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଖେଳି ଅଭିଯାନ ଆରମ୍ଭ କରିବ। ଗମ୍ଭୀର ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟ୍ବେଣ୍ଟି-୨୦ ପୂର୍ବରୁ ଗୁଆହାଟୀସ୍ଥିତ କାମାକ୍ଷା ମନ୍ଦିର ଏବଂ ଚତୁର୍ଥ ଟ୍ବେଣ୍ଟି-୨୦ ପୂର୍ବରୁ ବିଶାଖାପାଟଣାରେ ଭାରତୀୟ ଦଳ ସହ ସୀମାଚଳମସ୍ଥିତ ଶ୍ରୀ ବରାହ ଲକ୍ଷ୍ମୀ ନୃସିଂହ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ। ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଏହି ବିଶ୍ବକପ୍‌ର ପ୍ରମୁଖ ଦାବିଦାର ରହିଛି।