ଆଲିଷ୍ଟର କୁକ୍‌ଙ୍କ ପ୍ରଦର୍ଶନ ସବୁବେଳେ ପ୍ରଶଂସନୀୟ ରହିଛି: ରବି ଶାସ୍ତ୍ରୀ

Advertisment
ଆଲିଷ୍ଟର କୁକ୍‌ଙ୍କ ପ୍ରଦର୍ଶନ ସବୁବେଳେ ପ୍ରଶଂସନୀୟ ରହିଛି: ରବି ଶାସ୍ତ୍ରୀ

ଲଣ୍ଡନ: ଇଂଲଣ୍ଡ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ଆଲିଷ୍ଟର କୁକ୍‌ ଭାରତୀୟ ଟିମ୍‌ ବିରୋଧରେ ଲଣ୍ଡନର ଓଭାଲ ଠାରେ ଅନ୍ତିମ ତଥା ୫ମ ଟେଷ୍ଟ ମ୍ୟାଚ୍‌ ପରେ ଅବସର ନେବେ। ଅବସର ନେବା ପାଇଁ କୁକ୍‌ ସେପ୍ଟେମ୍ବର ୩ରେ ଘୋଷଣା କରିଛନ୍ତି। ଘୋଷଣା ପରେ ବିଶ୍ୱର ଚାରିକୋଣରୁ ଖେଳପ୍ରେମୀମାନେ କୁକ୍‌ଙ୍କୁ ପ୍ରଶଂସା କରି ପ୍ରତିକ୍ରିୟା ଦେଉଛନ୍ତି। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ ମଧ୍ୟ ଇଂଲଣ୍ଡ କ୍ରିକେଟର କୁକଙ୍କୁ ମହାନ ଖେଳାଳି ଭାବରେ ବର୍ଣ୍ଣନା କରିଛନ୍ତି।

ପୂର୍ବତନ କ୍ରିକେଟର ଶାସ୍ତ୍ରୀ କହିଛନ୍ତି, ଆଲିଷ୍ଟର କୁକ୍‌ ଇଂଲଣ୍ଡର ମହାନ ଖେଳାଳିଙ୍କ ମଧ୍ୟରୁ ଜଣେ। ତାଙ୍କର ପ୍ରଦର୍ଶନ କେବେ ଖରାପ ନଥିଲା। ତାଙ୍କର ପ୍ରଦର୍ଶନ ସବୁବେଳେ ପ୍ରଶଂସନୀୟ ହୋଇଛି ବୋଲି ଶାସ୍ତ୍ରୀ କହିଛନ୍ତି।

ଆଲିଷ୍ଟର କୁକ୍‌ ଏପର୍ଯ୍ୟନ୍ତ ୧୬୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୨,୨୫୪ ରନ୍‌ ସଂଗ୍ରହ କରିଛନ୍ତି। ଟେଷ୍ଟ ମ୍ୟାଚ୍‌ରେ କୁକ୍‌ଙ୍କ ନାମରେ ୩୨ଟି ଶତକ ଓ ୫୬ଟି ଅର୍ଦ୍ଧଶତକ ସାମିଲ ଅଛି। ଇଂଲଣ୍ଡର କୌଣସି ଖେଳାଳି ତାଙ୍କର ଟେଷ୍ଟ ରନ୍‌ ଓ ଶତକର ନିକଟତର ହୋଇ ପାରି ନାହାନ୍ତି। ଶାନ୍ତ ସ୍ୱଭାବର କୁକ୍‌ ଯଦି ଆଉ କିଛି ବର୍ଷ ଟେଷ୍ଟ ମ୍ୟାଚ୍‌ ଖେଳିଥାନ୍ତେ, ତା’ହେଲେ ସେ ସଚିନଙ୍କ ରେକର୍ଡର ନିକଟତର ହୋଇ ଯାଇଥାନ୍ତେ ବୋଲି ପ୍ରଶଂସକମାନେ କୁହନ୍ତି।

ସୂଚନାଯୋଗ୍ୟ କୁକ୍‌ ୨୧ ବର୍ଷ ବୟସରେ ନାଗପୁରରେ ୨୦୦୬ରେ ଭାରତ ବିପକ୍ଷରେ ଟେଷ୍ଟ କ୍ୟାରିୟର ଆରମ୍ଭ କରିଥିଲେ। ସେହି ମ୍ୟାଚ୍‌ରେ ସେ ଶତକ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚରୁ ଅବସର ନେବା ପରେ ମଧ୍ୟ କୁକ୍‌ କ୍ଲବ କ୍ରିକେଟ୍‌ରେ ଖେଳ ଜାରି ରଖିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe