ଖେଳପ୍ରେମୀଙ୍କ ନିଆରା କାମ; ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇ ପେଣ୍ଟିଂ ବିକି କରୁଛନ୍ତି ଉତ୍ସାହିତ

Advertisment
ଖେଳପ୍ରେମୀଙ୍କ ନିଆରା କାମ; ଟିକେଟ୍‌ ପାଇବାରୁ ବଞ୍ଚିତ ହୋଇ ପେଣ୍ଟିଂ ବିକି କରୁଛନ୍ତି ଉତ୍ସାହିତ

କଟକ: ଖେଳ ପାଇଁ କଟକ ବାରବାଟୀ ଷ୍ଟାଡିୟମ୍‌ ଉଠ୍‌ପଡ଼ ହେଉଥିବା ବେଳେ ଅନେକ ଖେଳପ୍ରେମୀ ତଥା ଶିଳ୍ପୀ ନିଜର ପ୍ରତିଭା ଦେଖାଇ ଲୋକଲୋଚନକୁ ଆସିଛନ୍ତି। ସେହିପରି ଜଣେ ଶିଳ୍ପୀ ହେଉଛନ୍ତି ଉତ୍ତରପ୍ରଦେଶର ଯୁକ୍ତ ଦୁଇର ଛାତ୍ର ଗୌରଭ। ସେ ଉଭୟ କଟକ ଓ ବାରବାଟୀ ଷ୍ଟାଡିୟମ୍‌ ପ୍ରେମୀ। ମ୍ୟାଚ ପାଇଁ କଟକ ଆସି ଷ୍ଟାଡିୟମ ସମ୍ମୁଖୀନ ଖେଳ ପ୍ରେମୀଙ୍କର ସେ ପେଣ୍ଟିଂ କରୁଛନ୍ତି।  ଏହାସହ ହ୍ୟାଣ୍ଡ ବ୍ୟାଣ୍ଡ, ଜାତୀୟ ପତାକା ମଧ୍ୟ ବିକୁଛନ୍ତି ସେ। ଗତକାଲି ନେଟ ପ୍ରାକ୍ଟିସ ସମୟରେ ସେ ଆସି କଟକରେ ପହଁଚିଛନ୍ତି । ହ୍ୟାଣ୍ଡ ବ୍ୟାଣ୍ଡ ୨୦ ଟଙ୍କା, ଜାତୀୟ ପତକା ୧୦୦ ଟଙ୍କା, ଟୋପି ୪୦ ଟଙ୍କା ଓ ପେଂକାଳୀ ବିକୁଛନ୍ତି ୩୦ ଟଙ୍କାରେ ସେ।

ସେହିପରି ଅନ୍ୟ ଜଣେ ହେଉଛନ୍ତି ଢେଙ୍କାନାଳର ଅଭିନାସ ସାହୁ। ଜଣେ ଚିତ୍ରକର ଓ କ୍ରିକେଟ ପ୍ରେମୀ ହୋଇଥିବା ବେଳେ ଟିକେଟ ପାଇବାରୁ ବଞ୍ଚିତ ରହିଛନ୍ତି ସେ। ସେଥିପାଇଁ ନିଜ କଳାକୁ ଦେଖାଇବାକୁ ଚେଷ୍ଟା କରିଛନ୍ତି ଅଭିନାସ। ବାରବାଟୀ ଷ୍ଟାଡିୟମ ସମ୍ମୁଖରେ କାଗଜରେ ଖେଳାଳିଙ୍କର ଚିତ୍ର ଆଙ୍କି ଟିମ ଇଣ୍ଡିଆକୁ ଉତ୍ସାହ କରିବା ପାଇଁ ବିଭିନ୍ନ ଢଗ ଲେଖି ବିକୁଛନ୍ତି ସେ। ଦର ରହିଛି ୧୦୦ଟଙ୍କା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe