ଏତେ ‌କୋଟିର ମାଲିକ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର

Advertisment
ଏତେ ‌କୋଟିର ମାଲିକ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗମ୍ଭୀର

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ୨୦୨୪ ପରେ ରାହୁଲ ଦ୍ରାବିଡ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ପଦ ଛାଡିଛନ୍ତି। ବର୍ତ୍ତମାନ ବିସିସିଆଇ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂତନ ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ ଦେଇଛି। ଗମ୍ଭୀର ବର୍ତ୍ତମାନ କୋଚ୍ ଭାବରେ ଦାୟିତ୍ବ ଗ୍ରହଣ କରିବେ। ସବୁବେଳେ ନିଜର ରୋକଠୋକ ମତ ରଖୁଥିବା ଗମ୍ଭୀର କିଭଳି ଭାବେ ଭାରତୀୟ ଟିମକୁ ବାଟ ଦେଖାଇବେ, ତା’ଉପରେ ସମସ୍ତଙ୍କ ନଜର ରହିଛି। ଏମଧ୍ୟରେ ସେ କେତେ କୋଟିର ମାଲିକ ଓ କ୍ରିକେଟ ଖେଳିବା ବ୍ୟତୀତ ‌ସେ ଆଉ କେଉଁଥିରୁ ଟଙ୍କା ରୋଜଗାର କରୁଥିଲେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଗମ୍ଭୀର କ୍ରିକେଟରୁ ଅବସର ନେବା ପରେ କମେଣ୍ଟ୍ରି ଆରମ୍ଭ କରିଥିଲେ। କମେଣ୍ଟ୍ରି ସହ ‌ସେ ଆଇପିଏଲରେ ପରାମର୍ଶଦାତା ଭାବେ କାମ କରି ବହୁତ ରୋଜଗାର କରିଛନ୍ତି। ଏହା ବ୍ୟତୀତ ସେ ଅନେକ କମ୍ପାନିରେ ବିପୁଳ ପରିମାଣର ଅର୍ଥ ବିନିଯୋଗ କରିଛନ୍ତି। ଗୌତମ ଗମ୍ଭୀରଙ୍କୁ ଦୁନିଆର ସବୁଠାରୁ ଧନୀ କ୍ରିକେଟର ଭାବେ ବିବେଚନା କରାଯାଏ। ତାଙ୍କର ମୋଟ ସମ୍ପତ୍ତି ପ୍ରାୟ ୨୬୫କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ସେ କେବଳ କ୍ରିକେଟ୍ରୁ ନୁହେଁ ବରଂ ବ୍ରାଣ୍ଡ ପ୍ରାୟୋଜକ ଏବଂ ଅନେକ ବ୍ୟବସାୟରେ ବିନିଯୋଗ କରି କୋଟି କୋଟି ଟଙ୍କା ରୋଜଗାର କରନ୍ତି। ଛୋଟ ବ୍ୟବସାୟ, ରେଷ୍ଟୁରାଣ୍ଟ ଏବଂ ରିଅଲ୍ ଇଷ୍ଟେଟରେ ମଧ୍ୟ ସେ ନିବେଶ କରିଛନ୍ତି। ଆକଳନ କରାଯାଇଛି ଯେ ଷ୍ଟାର୍ ସ୍ପୋର୍ଟସ୍ ପାଇଁ କମେଣ୍ଟ୍ରି ଏବଂ କ୍ରିକେଟ୍ ମିଡିଆ ସମ୍ବନ୍ଧୀୟ ଅନ୍ୟ କାର୍ଯ୍ୟ କରି ଗମ୍ଭୀର ୧.୫ କୋଟି ଟଙ୍କା ରୋଜଗାର କରନ୍ତି।

କ୍ରିକେଟ ବ୍ୟତୀତ ସେ ରାଜନୀତିରେ ବି ପାଦ ଦେଇଥିଲେ। ୨୦୧୯ ଲୋକସଭା ନିର୍ବାଚନରେ ​​ଗମ୍ଭୀର ପୂର୍ବ ଦିଲ୍ଲୀ ଆସନରୁ ସାଂସଦ ଭାବରେ ନିର୍ବାଚିତ ହୋଇଥିଲେ। ସେତେବେଳେ ସେ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ବାର୍ଷିକ ଆୟ ୧୨.୪ କୋଟି ଟଙ୍କା ବୋଲି ଘୋଷଣା କରିଥିଲେ।

ଦିଲ୍ଲୀରେ ତାଙ୍କର ୧୫କୋଟିର ଘର ଥିବା ବେଳେ ଅଡି କ୍ୟୁ୫, ବିଏମଡବ୍ଲୁ ୫୩୦ଡି, ଟୟୋଟା କରୋଲା, ମହିନ୍ଦ୍ରା ବୋଲେରୋ ଷ୍ଟିଙ୍ଗର, ମର୍ସିଡିଜ୍ ଜିଏଲଏସ ୩୫୦ଡି ଭଳି ବିଳାସପୂର୍ଣ୍ଣ କାର୍ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe