ଓ୍ଵାଲ୍‌ର୍ଡ କପ୍‌ ପାଇଁ ଏବେଠୁ ପ୍ରସ୍ତୁତ ହୋଇ ନାହିଁ ଟିମ୍‌ ଇଣ୍ଡିଆ, ଅଧିକ ପରିଶ୍ରମ ଆବଶ୍ୟକ: ରବି ଶାସ୍ତ୍ରୀ

Advertisment
ଓ୍ଵାଲ୍‌ର୍ଡ କପ୍‌ ପାଇଁ ଏବେଠୁ ପ୍ରସ୍ତୁତ ହୋଇ ନାହିଁ ଟିମ୍‌ ଇଣ୍ଡିଆ, ଅଧିକ ପରିଶ୍ରମ ଆବଶ୍ୟକ: ରବି ଶାସ୍ତ୍ରୀ

ସେଞ୍ଚୁରିଅନ୍‌: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ୩୫ତମ ଶତକ ବଳରେ ଶନିବାର ଦକ୍ଷିଣ ଆଫ୍ରିକା ୮ ଓ୍ଵିକେଟରେ ପରାଜୟ ହୋଇଛି। ୬ଟି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଭାରତ ୫-୧ରେ ବିଜୟୀ ହୋଇଛି। ଏହାକୁ ଦକ୍ଷିଣ ଆଫ୍ରିକାରେ ଭାରତର ଯେକୌଣସି ଦ୍ୱିପାକ୍ଷିକ ଶୃଙ୍ଖଳାରେ ସର୍ବଶ୍ରେଷ୍ଠ ବିଜୟ ବୋଲି କୁହାଯାଇ ପାରିବ।

publive-image

ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ କହିବା ଅନୁସାରେ ଭାରତୀୟ ଟିମ୍‌ ବିଶ୍ୱ କପ୍‌ ୨୦୧୯ ପାଇଁ ଏବେ ବି ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇ ନାହିଁ। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାରରେ ଶାସ୍ତ୍ରୀ କହିଛନ୍ତି, ଆମେ କହୁ ନାହୁଁ ଯେ, ଏହା ଏକ ବିଶାଳ ବିଜୟ, କିନ୍ତୁ ଆଗାମୀ କିଛି ମାସ ମଧ୍ୟରେ ଆମକୁ ବହୁତ ପରିଶ୍ରମ କରିବାକୁ ପଡ଼ିବ। ଶାସ୍ତ୍ରୀ କହିଛନ୍ତି, କିଛି ମାସ ମଧ୍ୟରେ ଆମକୁ ଇଂଲଣ୍ଡ ଗସ୍ତ କରିବାକୁ ହେବ। ଭାରତୀୟ ଟିମ୍‌ ଆଇପିଏଲ୍‌ ପରେ ଏହି ଗସ୍ତ କରିବ। ଆସନ୍ତାବର୍ଷ ଇଂଲଣ୍ଡ ବିଶ୍ୱକପ୍‌ର ଆୟୋଜନ କରୁଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ରବି ଶାସ୍ତ୍ରୀ ଟିମ୍‌ ଇଣ୍ଡିଆର ମଧ୍ୟବର୍ତ୍ତୀକାଳୀନ ଖେଳାଳିଙ୍କୁ ନେଇ ଆଶ୍ୱସ୍ତ ନୁହଁନ୍ତି। ସେ କହିଛନ୍ତି, ଏହା ଏଭଳି ଏକ ସ୍ଥାନ ଯେଉଁଠାରେ କି ଆମକୁ କାମ କରିବାକୁ ହେବ। ଶୀର୍ଷ କ୍ରମର ଖେଳାଳିଙ୍କ ପ୍ରଦର୍ଶନ ପ୍ରଶଂସନୀୟ। କିନ୍ତୁ ୫ମ, ୬ଷ୍ଠ ଓ ୭ମ ସ୍ଥାନ ପାଇଁ କାମ କରିବାକୁ ପଡ଼ିବ ବୋଲି ଶାସ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe