Image Courtesy of Times of India
ନୂଆଦିଲ୍ଲୀ: ସମସ୍ତ ଖେଳାଳି କୋଭିଡ୍-୧୯ ନେଗେଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ଶନିବାର ଦିନ ବିରାଟ କୋହଲି ନେତୃତ୍ବାଧୀନ କ୍ରିକେଟ୍ ଟିମ୍ ଶନିବାର ଦିନ ସିଡ୍ନିରେ ସେମାନଙ୍କର ପ୍ରଥମ ଆଉଟ୍ଡୋର୍ ତାଲିମ୍ ସେସନ୍ ଆରମ୍ଭ କରିଛନ୍ତି।
ଶନିବାର ଦିନ ସେମାନେ ଅଷ୍ଟ୍ରେଲିଆରେ ପହଞ୍ଚିଛନ୍ତି ଏବଂ ୧୪ ଦିନ କ୍ବାରେଣ୍ଟିନ୍ରେ ରହିବେ। କିନ୍ତୁ, ସେମାନଙ୍କ ଆଉଟ୍ଡୋର୍ ତାଲିମ ପାଇଁ କ୍ରିକେଟ୍ ଅଷ୍ଟ୍ରେଲିଆ ବ୍ୟବସ୍ଥା କରିଛି।
ଟୁଇଟର୍ ହାଣ୍ଡେଲ୍ରେ ‘ବିସିସିଆଇ’ ଏହି ଆଉଟ୍ଡୋର୍ ତାଲିମ୍ ଏବଂ ଜିମ୍ ସେସନ୍ର କେତେକ ଫଟୋ ପୋଷ୍ଟ୍ କରିଛି। ଏହି ଫଟୋରେ ହାର୍ଦ୍ଦିକ୍ ପାଣ୍ଡ୍ୟା, ପୃଥ୍ବୀ ଶ’, କୁଲଦୀପ୍ ଯାଦବ, ହନୁମା ବିହାରୀ ଏବଂ ମହମ୍ମଦ ସିରାଜ ଆଦି ଖେଳାଳିମାନେ ସିଡନ୍ ଅଲିମ୍ପିକ୍ ପାର୍କ ମଧ୍ୟସ୍ଥ ବ୍ଲାକ୍ଟାଉନ୍ ଇଣ୍ଟର୍ନ୍ୟାସ୍ନାଲ୍ ସ୍ପୋର୍ଟସ୍ ପାର୍କରେ ହାଲୁକ ବ୍ୟାୟାମ କରୁଥିବା ଦେଖାଯାଉଛି।
Image Courtesy of Rediff.comଏହାଛଡ଼ା, ସ୍ପିନର୍ କୁଲଦୀପ୍ ଯାଦବ, ଉମେଶ ଯାଦବ, ଅଲ୍ରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା, ଶାର୍ଦୁଲ ଠାକୁର ଏବଂ ଚେତେଶ୍ବର ପୁଜାରା ୱାର୍ମିଙ୍ଗ୍ ଅପ୍ କରୁଥିବା ମଧ୍ୟ ଏହି ଫଟୋରେ ଦେଖାଯାଉଛି।
ଆୟୋଜକମାନେ ଭୂତାଣୁ ସଂକ୍ରମଣ ସଂକ୍ରାନ୍ତ କଡ଼ା ସତର୍କତା ଜାରି କରିଥିବାରୁ ‘ଓଡିଆଇ’, ‘ଟି୨୦ଆଇ’ ‘ଟେଷ୍ଟ୍’ ଟିମ୍ ପ୍ରଥମ ଥର ଲାଗି ଏକତ୍ର ଗସ୍ତ କରିଛନ୍ତି।
ଏହି ଗସ୍ତରେ ଭାରତ ତିନୋଟି ‘ଓଡିଆଇ’, ତିନୋଟି ‘ଟି୨୦ଆଇ’ ଏବଂ ଚାରିଟି ଟେଷ୍ଟ୍ ସିରିଜ୍ ଖେଳିବ। ନଭେମ୍ବର ୨୭, ୨୯ ଓ ଡିସେମ୍ବର ୨ ତାରିଖରେ ସିଡ୍ନିରେ ‘ଓଡିଆଇ’ ଖେଳାଯିବ।
ଏହାପରେ, ଡିସେମ୍ବର ୪ ତାରିଖରୁ ଆରମ୍ଭ ହେବ ‘ଟି୨୦ଆଇ’। ଡିସେମ୍ବର ୧୭ରେ ଆଡେଲାଇଡ୍ରେ ଦିବାରାତ୍ର ମ୍ୟାଚ୍ରୁ ଆରମ୍ଭ ହେବ ଟେଷ୍ଟ୍ ସିରିଜ୍।
Follow Us