ତୃତୀୟ ଥର ପାଇଁ ଟସ୍ ଜିତିଲା ଟିମ୍ ଇଣ୍ଡିଆ: ପ୍ରଥମେ ବୋଲିଂ ନିଷ୍ପତ୍ତି

ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଉଛି। ସିରିଜର ମ୍ୟାଚ୍‌ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି...

Team India win the toss for the third time: opt to bowl first

Team India win the toss for the third time: opt to bowl first Photograph: (Sambad.in)

ରାଜକୋଟ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ୫ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ମ୍ୟାଚ୍ ମଙ୍ଗଳବାର ରାଜକୋଟର ନିରଞ୍ଜନ ଶାହ ଷ୍ଟାଡିୟମରେ ଖେଳାଯାଉଛି। ସିରିଜର ମ୍ୟାଚ୍‌ରେ ତୃତୀୟ ଥର ପାଇଁ ଟସ୍ ଜିତି ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଇଂଲଣ୍ଡ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି।

ଭାରତ ଏପର୍ଯ୍ୟନ୍ତ ଖେଳାଯାଇଥିବା ସିରିଜର ଦୁଇଟି ମ୍ୟାଚ୍ ଜିତିଛି। ଭାରତୀୟ ଦଳ ତୃତୀୟ ମ୍ୟାଚ୍ ଜିତି ସିରିଜ୍ ହାସଲ କରିବାକୁ ଚାହୁଁଛି, ଯେତେବେଳେ କି ଇଂଲଣ୍ଡ  ପାଇଁ ଏହି ମ୍ୟାଚ୍ କର ବା ମର ସ୍ଥିତି ସୃଷ୍ଟି କରିଛି। 

ଅଧିକ ପଢ଼ନ୍ତୁ: ମୁଇଜୁଙ୍କ ସଙ୍କଟ ବଢ଼ିଲା: ବାଚସ୍ପତିଙ୍କ ସହ ବିବାଦ

ଇଂଲଣ୍ଡ ଦଳ ତୃତୀୟ ମ୍ୟାଚ୍ ପାଇଁ ଦଳରେ  କୌଣସି ପରିବର୍ତ୍ତନ କରିନାହିଁ। ଆଜି ସମସ୍ତଙ୍କ ନଜର ମହମ୍ମଦ ଶାମିଙ୍କ ଉପରେ ରହିଥିଲା। କାରଣ ଏପର୍ଯ୍ୟନ୍ତ ଖେଳାଯାଇଥିବା ଦୁଇଟି ମ୍ୟାଚ୍‌ରେ ସେ  ଖେଳି ନଥିଲେ। ମାତ୍ର ତୃତୀୟ ମ୍ୟ‌ାଚ୍‌ରେ ଶାମିଙ୍କୁ  ସାମିଲ କରାଯାଇଛି। ୪୩୬ ଦିନ ପରେ ଶାମି ପଡ଼ିଆକୁ ଫେରିଛନ୍ତି।

ଅଧିକ ପଢ଼ନ୍ତୁ: ଫ୍ୟାନ୍ସଙ୍କ ଏହି ଦାବିକୁ ପୁରଣ କଲେ କୋହଲି


 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe