ଓ୍ଵାଣ୍ଡରର୍ସ ଟେଷ୍ଟ୍‌ ପୂର୍ବରୁ ଦଳ ଚୟନ ଦ୍ୱନ୍ଦ୍ୱ

Advertisment

କାର୍ତିକ ଖେଳିଲେ ନିଆରା କୀର୍ତ୍ତିମାନ

କାର୍ତିକ ଖେଳିଲେ ନିଆରା କୀର୍ତ୍ତିମାନ

ଡିଏଲ୍‌ ନିୟମକୁ ନେଇ ଦ୍ୱନ୍ଦ୍ୱ: ପ୍ରଶ୍ନ ଉଠାଇଲେ କାର୍ତିକ

ଜୋହାନେସବର୍ଗର୍ର୍: କେପଟାଉନ୍‌ ଏବଂ ସେଞ୍ଚୁରିଅନରେ ପରାଜିତ ହୋଇ ଶୃଙ୍ଖଳା ହାତଛଡ଼ା କରି ସାରିଥିବା ଭାରତୀୟ କ୍ରିକେଟ୍‌ ଦଳ ପାଇଁ ସମସ୍ୟା କମିବା ଅପେକ୍ଷା ବଢ଼ି ବଢ଼ି ଚାଲିଛି। ଜୋହାନେସବର୍ଗର ଓ୍ଵାଣ୍ଡରର୍ସ ଷ୍ଟାଡିୟମରେ ଆସନ୍ତା ୨୪ ତାରିଖରୁ ଖେଳା ଯିବାକୁ ଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳ ଚୂଡ଼ାନ୍ତ ଏକାଦଶ ଚୟନ ନେଇ ଦ୍ୱନ୍ଦ୍ୱରେ ପଡ଼ିଛି। ଅଜିଙ୍କ୍ୟ ରାହାଣେଙ୍କ ବଦଳରେ ରୋହିତ ଶର୍ମା ପ୍ରଥମ ଦୁଇଟି ଟେଷ୍ଟରେ ଖେଳିବା ନେଇ ପୂର୍ବତନ କ୍ରିକେଟରମାନେ ଖୋଲା ଖୋଲି ପ୍ରଶ୍ନ ଉଠାଇଛନ୍ତି। ସେହିଭଳି କେପଟାଉନରେ ୫ ଓ୍ଵିକେଟ୍‌ ନେଇଥିବା ଭୁବନେଶ୍ୱର କୁମାରଙ୍କୁ ସେଞ୍ଚୁରିଅନରେ ବାଦ୍‌ ଦେଇ ଅଧିନାୟକ ବିରାଟ କୋହଲି ଓ ପ୍ରଶିକ୍ଷକ ରିବ ଶାସ୍ତ୍ରୀ ସମାଲୋଚିତ ହେଉଛନ୍ତି। ଆଉ ଏକ ବଡ଼ ବିବାଦୀୟ ନିଷ୍ପତ୍ତି ହେଲା ସେଞ୍ଚୁରିଅନରେ ପାର୍ଥିବ ପଟେଲଙ୍କୁ ଓ୍ଵିକେଟ୍‌ ରକ୍ଷକ ଭାବେ ଖେଳାଇବା। ଓ୍ଵାଣ୍ଡରର୍ସରେ ଏସବୁ ସମସ୍ୟା ଦୂର କରିବାକୁ ହେବ। ନହେଲେ ୩-୦ ପରାଜୟ ଏକ ପ୍ରକାର ନିଶ୍ଚିତ। ନିୟମିତ ଓ୍ଵିକେଟ୍‌ ରକ୍ଷକ ରିଦ୍ଧିମାନ ସାହା ଆହତ ହେବା ଦଳ ପାଇଁ ଏକ ବଡ଼ ଧକ୍କା ହୋଇଥିଲା। ତାଙ୍କ ସ୍ଥାନରେ ପାର୍ଥିବଙ୍କୁ ସୁଯୋଗ ମିଳିଥିଲେ ମଧ୍ୟ ସେ ଉଭୟ ପାଳିରେ ନୈରାଶ୍ୟ ଜନକ ବ୍ୟାଟିଂ କରିବା ସହ ପାଖା ପାଖି ୧୦ କ୍ୟାଚ୍‌ ଛାଡ଼ିଥିଲେ। ଫଳରେ ୮ ବର୍ଷ ପରେ ଦୀନେଶ କାର୍ତିକ ଭାରତୀୟ ଟେଷ୍ଟ ଦଳକୁ ଫେରିଛନ୍ତି। ଓ୍ଵାଣ୍ଡରର୍ସରେ ସେ ଖେଳିବେ କି ନାହିଁ ତାହା ଅବଶ୍ୟ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ନିୟମିତ ଓ୍ଵିକେଟ୍‌ ରକ୍ଷକ ରିଦ୍ଧିମାନ ସାହା ଆହତ ହୋଇ ଟେଷ୍ଟ ଶୃଙ୍ଖଳାରୁ ବାଦ୍‌ ପଡ଼ିବା ପରେ ସେଞ୍ଚୁରିଅନ ଟେଷ୍ଟରେ ପାର୍ଥିବ ପଟେଲ ଖେଳିଥିଲେ। ସେ ଉଭୟ ବ୍ୟାଟ୍‌ ଓ ଗ୍ଲୋଭ୍ସ୍ସରେ ବିଫଳ ହୋଇଥିଲେ। ଉଭୟ ପାଳିରେ ମାତ୍ର ୧୯ ରନ୍‌ ଲେଖାଏଁ କରିବା ସହ ବହୁ ଗୁରୁତ୍ୱପୂର୍ଣ୍ଣ କ୍ୟାଚ୍‌ ହାତଛଡ଼ା କରିଥିଲେ। ଯାହା ପରେ ଯାଇ ଭାରତ ପାଇଁ ପୂରା ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସେଥିପାଇଁ ଜୋହାନେସବର୍ଗରେ ଦୀନେଶ କାର୍ତିକଙ୍କୁ ଦଳରେ ସାମିଲ କରାଯାଇଛି। କାର୍ତିକ ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ଭାରତୀୟ ଟେଷ୍ଟ ଦଳକୁ ଫେରିଛନ୍ତି। ଜୋହାନେସବର୍ଗରେ ସେ ପାର୍ଥିବଙ୍କ ସ୍ଥାନ ନେଲେ ଭାରତୀୟ କ୍ରିକେଟ୍‌ ଦଳ ନିଆରା କୀର୍ତ୍ତିମାନ କରିବ। କାର୍ତିକ ଚୂଡ଼ାନ୍ତ ଏକାଦଶରେ ରହିଲେ ଭାରତ କୌଣସି ଟେଷ୍ଟର ତିନିଟି ଯାକ ମ୍ୟାଚ୍‌ରେ ତିନି ଜଣ ଓ୍ଵିକେଟ୍‌ ରକ୍ଷକଙ୍କୁ ଖେଳାଇବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe