ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ତେଜସ୍ବିନ୍‌

Advertisment

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେନି ଏଲିଜାବେଥ

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେନି ଏଲିଜାବେଥ

ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବେ ତେଜସ୍ବିନ୍‌

The Indian Express

ନୂଆଦିଲ୍ଲୀ : ଭାରତୀୟ ଉଚ୍ଚ ଡିଆଁ ତାରକା ତେଜସ୍ବିନ୍‌ ଶଙ୍କର ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗନେବେ। ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ)ର ଅନୁରୋଧ ରକ୍ଷା କରି ଶେଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକ ତାଙ୍କ ନାମକୁ ଯୋଡ଼ିବା ପାଇଁ ରାଜି ହୋଇଛନ୍ତି। ଫଳରେ ଏହି କ୍ରୀଡ଼ାରେ ତେଜସ୍ବିନ୍‌ଙ୍କ ଅଂଶଗ୍ରହଣକୁ ନେଇ ଏକ ମାସ ଧରି ଚାଲିଥିବା‌ ନାଟକର ଅବସାନ ଘଟିଛି। ବିଳମ୍ବରେ ତାଙ୍କ ନାମ ଯୋଡ଼ାଯାଇଥିବାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜକ ଏହା ପୂର୍ବରୁ ତେଜସ୍ବିନ୍‌ଙ୍କ ନାମକୁ ଖାରଜ କରିଦେଇଥିଲେ। ତେବେ ଡେଲିଗେଟ୍‌ ରେଜିଷ୍ଟ୍ରେସନ୍‌ ମିଟିଂ (ଡିଆର୍‌ଏମ୍‌) ପରେ ତାଙ୍କ ନାମ ଯୋଡ଼ିବାକୁ ସିଡବ୍ଲୁଜି ଆୟୋଜକ ରାଜି ହୋଇଛନ୍ତି। ତାଙ୍କ ନାମ ଯୋଡ଼ିବାକୁ ଆୟୋଜକ ଅନୁମୋଦନ ଦେଇଥିବା ଆଇଓଏ ସ୍ପଷ୍ଟ କରିଛି। ଅନ୍ୟପକ୍ଷରେ ପ୍ରାଥମିକ ୩୭ ଜଣିଆ ତାଲିକାରେ ଥାଇ ପରେ ବାଦ୍‌ ପଡ଼ିଥିବା କ୍ବାର୍ଟର ମାଇଲର ଏମ୍‌ଭି ଜିଲ୍‌ନାଙ୍କ ନାମ ମଧ୍ୟ ଭାରତୀୟ ଦଳ ତାଲିକାରେ ପୁଣି ଯୋଡ଼ିହୋଇଯାଇଛି।

୬ ମହିଳା କ୍ରିକେଟର୍‌ଙ୍କୁ ମିଳିନି ଭିସା

ନୂଆଦିଲ୍ଲୀ : ଭାରତୀୟ ଦଳ ଆଗାମୀ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେବାପାଇଁ ବର୍ମିଂହାମ୍‌ ଯାତ୍ରା କରିବାକୁ ଆଉ ମାତ୍ର ୪୮ ଘଣ୍ଟାରୁ କମ୍‌ ସମୟ ବାକି ରହିଛି। ହେଲେ ଭାରତୀୟ ମହିଳା କ୍ରିକେଟ୍‌ ଦଳର ୬ ସଦସ୍ୟାଙ୍କୁ ଏପର୍ଯ୍ୟନ୍ତ ଭିସା ମିଳିପାରିନି। ସଂପ୍ରତି ବେଙ୍ଗାଲୁରୁରେ ପ୍ରଶିକ୍ଷଣ ନେଉଥିବା ଭାରତୀୟ ମହିଳା କ୍ରିକେଟ୍‌ ଦଳ ରବିବାର ବର୍ମିଂହାମ୍‌ ଯାତ୍ରା କରିବ। ହେଲେ ଭିସା ନମିଳିବା ସେମାନଙ୍କ ଚିନ୍ତା ବଢ଼ାଇଦେଇଛି। ଅବଶ୍ୟ ବିସିସିଆଇ ଭିସା ପ୍ରସଙ୍ଗ ନେଇ ଭାରତୀୟ ଅଲିମ୍ପିକ୍‌ ସଂଘ (ଆଇଓଏ) ସହ ସଂପର୍କରେ ରହିଛି। ଶୁକ୍ରବାର କିଛି ଭିସା ଆସି ପହଞ୍ଚିଛି। ତଥାପି ୬ (୩ ଖେଳାଳି, ୩ ସପୋର୍ଟ ଷ୍ଟାଫ୍‌) ଜଣଙ୍କ ଭିସା ପ୍ରୋସେସିଂ ଚାଲିଛି ବୋଲି ଆଇଓଏ କହିଛି। ଆସନ୍ତାକାଲି ଏମାନଙ୍କ ଭିସା ଆସିଯିବାର ସମ୍ଭାବନା ରହିଥିବା ସଂଘ କହିଛି। ଶନିବାର ସୁଦ୍ଧା ସମସ୍ତଙ୍କୁ ଭିସା ମିଳିଯିବ ବୋଲି ଆଇଓଏ ଆଶ୍ବାସନା ଦେଇଛି।

publive-image

ଉଦ୍‌ଘାଟନୀ ଉତ୍ସବରେ ଯୋଗଦେବେନି ଏଲିଜାବେଥ

ଲଣ୍ଡନ : ବ୍ରିଟେନ୍‌ ରାଣୀ ଏଲିଜାବେଥ ବର୍ମିଂହାମରେ ଆୟୋଜିତ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବେନି। ରାଣୀଙ୍କ ଅନୁପସ୍ଥିତିରେ ତାଙ୍କ ତରଫରୁ ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲସ ଉତ୍ସବରେ ଯୋଗଦେଇ ଅଭିଭାଷଣ ଦେବେ ବୋଲି ବକିଂହାମ ରାଜପ୍ରସାଦ ପକ୍ଷରୁ ଶୁକ୍ରବାର କୁହାଯାଇଛି। ଜୁଲାଇ ୨୮ରେ ଉଦ୍‌ଘାଟନୀ ଦିବସରେ ଚାର୍ଲସ ତାଙ୍କ ପତ୍ନୀ କାମିଲାଙ୍କ ସହ ଉପସ୍ଥିତ ରହିବେ ବୋଲି ଏଥିରେ କୁହାଯାଇଛି। ଏହି ପ୍ରତିଯୋଗିତାରେ ୫୪ ଦେଶରୁ ଖେଳାଳିମାନେ ଅଂଶଗ୍ରହଣ କରିବେ। ୯୬ ବର୍ଷୀୟା ରାଣୀ ଅସୁସ୍ଥତା ଯୋଗୁଁ ଯୋଗ ଦେବେନି ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe