ଆମେରିକାରେ ତେଜସ୍ବିନଙ୍କ ତେଜ, ଲଗାତାର ଉଚ୍ଚ ଡିଆଁ ଟ୍ରଫି ଜିତିଲେ

Advertisment
ଆମେରିକାରେ ତେଜସ୍ବିନଙ୍କ ତେଜ, ଲଗାତାର ଉଚ୍ଚ ଡିଆଁ ଟ୍ରଫି ଜିତିଲେ

ନୂଆଦିଲ୍ଲୀ: ଭାରତୀୟ ଉଚ୍ଚ ଡିଆଁ ତାରକା ତେଜସ୍ବିନ ଶଙ୍କର ଆମେରିକାରେ ନିଜ ତେଜ ଦେଖାଇଛନ୍ତି। ସେଠାରେ ଲଗାତାର ଭାବେ ଉଚ୍ଚ ଡିଆଁ ଟ୍ରଫି ଜିତିବାର ଗୌରବ ବହନ କରିଛନ୍ତି। ଏହି ପ୍ରତିଯୋଗିତାରେ ଏହା ତେଜସ୍ବିନଙ୍କ ଲଗାତାର ଦ୍ବିତୀୟ ସ୍ବର୍ଣ୍ଣ ପଦକ। ୨୦୧୯ରେ ସେ ସ୍ବର୍ଣ୍ଣ ଜିତି ଥିଲାବେଳେ କରୋନା ଯୋଗୁଁ ୨୦୨୦ରେ ପ୍ରତିଯୋଗିତା ବାତିଲ ହୋଇଥିଲା। ଏହାପୂର୍ବରୁ ସେ ୨୦୧୮ରେ ମଧ୍ୟ ସେ କୀର୍ତ୍ତିମାନ ରଚିଥିଲେ। ୨୨ ବର୍ଷୀୟ ତେଜସ୍ବିନ ୨୦୧୭ରେ ଏମ୍‌ବିଏ ପଢ଼ିବା ପାଇଁ କାନ୍‌ସାସ ‌ଷ୍ଟେଟ୍‌ ବିଶ୍ବବିଦ୍ୟାଳୟରେ ଯୋଗ ଦେଇଥିଲେ।

ରବିବାର ମାନହଟନରେ ଆୟୋଜିତ ବିଗ୍‌ ୧୨ ଆଉଟ୍‌ଡୋର ଟ୍ରାକ୍‌ ଆଣ୍ଡ ଫିଲ୍ଡ ଚାମ୍ପିଅନ୍‌ସିପ୍‌ରେ ସେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। କାନ୍‌ସାସ ‌ଷ୍ଟେଟ୍‌ ବିଶ୍ବବିଦ୍ୟାଳୟ ପକ୍ଷରୁ ପ୍ରତିନିଧିତ୍ବ କରିଥିବା ତେଜସ୍ବିନ ୨.୨୮ ମିଟର ଉଚ୍ଚକୁ ଡେଇଁ ଏକ କୀର୍ତ୍ତିମାନ କରିଥିଲେ। ଚଳିତ ଋତୁରେ ତେଜସ୍ବିନଙ୍କ ଏହା ଶ୍ରେଷ୍ଠ ପ୍ରଦର୍ଶନ ହୋଇଥିଲେ ମଧ୍ୟ ନିଜ ବ୍ୟକ୍ତିଗତ ଶ୍ରେଷ୍ଠ ଏବଂ ଜାତୀୟ କୀର୍ତ୍ତିମାନ (୨.୨୯ ମିଟର)ଠୁ ଗୋଟିଏ ସେଣ୍ଟିମିଟର କମ୍‌ ଥିଲା। ୟୁନିଭରସିଟି ଅଫ୍‌ ଓକ୍‌ଲାହୋମାର ଭର୍ନନ ଟର୍ନର (୨.୨୫ ମିଟର) ଏବଂ ଟେକ୍ସାସ ଟେକ୍‌ ୟୁନିଭରସିଟିର ଜିକ୍ବାନ ହୋଗାନ (୨.୧୧ ମିଟର) ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe