ଅନ୍ତର୍ଜାତୀୟ ଗେଟ୍‌ବଲ୍‌ ଚମ୍ପିଅନସିପ୍‌ରେ ଓଡ଼ିଶାରୁ ଭାଗ ନେବେ ୧୦ଜଣ ଖେଳାଳି

Advertisment

ନଭେମ୍ବର ୧୧ରୁ ତାଇଓ୍ଵାନ୍‌ରେ ହେବ ଟୁର୍ଣ୍ଣାମେଟ୍‌, ୯ରେ ଯିବେ ଭାରତୀୟ ଦଳ

ନଭେମ୍ବର ୧୧ରୁ ତାଇଓ୍ଵାନ୍‌ରେ ହେବ ଟୁର୍ଣ୍ଣାମେଟ୍‌, ୯ରେ ଯିବେ ଭାରତୀୟ ଦଳ

ଅନ୍ତର୍ଜାତୀୟ ଗେଟ୍‌ବଲ୍‌ ଚମ୍ପିଅନସିପ୍‌ରେ ଓଡ଼ିଶାରୁ ଭାଗ ନେବେ ୧୦ଜଣ ଖେଳାଳି

ଭୁବନେଶ୍ୱର: ତାଇଓ୍ଵାନ୍‌ରେ ଆଗାମୀ ନଭେମ୍ବର ୧୧ରୁ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଗେଟ୍‌ବଲ୍‌ ଚମ୍ପିଅନ୍‌ସିପ୍‌ରେ ଓଡ଼ିଶାରୁ ୧୦ଜଣ ଖେଳାଳି ଭାଗ ନେବେ। ଏହି ଖେଳାଳିମାନେ ଇଣ୍ଡିଆନ୍‌ ଗେଟ୍‌ବଲ୍‌ ୟୁନିୟନ୍‌ ତରଫରୁ ଭାଗ ନେବାକୁ ଯାଉଛନ୍ତି। ତାଇଚୁଙ୍ଗ୍‌ରେ ହେବାକୁ ଥିବା ୩ ଦିବସୀୟ ଟୁର୍ଣ୍ଣାମେଣ୍ଟ ନଭେମ୍ବରରେ ଉଦ୍‌ଯାପନ ହେବ। ଏଥିପାଇଁ ଭାରତୀୟ ଦଳ ନଭେମ୍ବର ୯ରୁ ତାଇଓ୍ଵାନ୍‌ ଅଭିମୁଖେ ଗସ୍ତ କରିବ।

ଭୁବନେଶ୍ୱରରେ ହେବ ‘ଇଣ୍ଡିଆନ୍‌ ଓପନ୍‌’

publive-imageଗେଟ୍‌ବଲ୍‌ ଏକ ମାଇଣ୍ଡ ଗେମ୍‌। ଭାରତୀୟ ଟିମ୍‌ରେ ଓଡ଼ିଶାରୁ ଅଧିକ ଖେଳାଳି ରହିଛନ୍ତି। ବିଦେଶରେ ମଧ୍ୟ ଓଡ଼ିଆ ଖେଳାଳିଙ୍କ ସୁନାମ ରହିଛି। ୨୦୧୫ ଥାଇଲାଣ୍ଡ ଓପନ୍‌ସରେ ଭାରତୀୟ ଟିମ୍‌ ୩ୟ ସ୍ଥାନରେ ଥିଲା। ସେହିଭଳି ୨୦୧୬ରେ ଦଳ ଇଣ୍ଡୋନେସିଆର ସୋଲାବସ୍ତି ଓପନସ୍‌ରେ ଭାଗ ନେଇଥିଲା। ଟୁର୍ଣ୍ଣାମେଣ୍ଟରେ ଆମ ଟିମ୍‌ ଭଲ ପ୍ରଦର୍ଶନ କରିବ। ୨୦୧୮ରେ ଇଣ୍ଡୋନେସିଆର ଜାକର୍ତ୍ତାରେ ହେବାକୁ ଥିବା ଏସିଆନ୍‌ ଗେମ୍ସରେ ଗେଟ୍‌ବଲ୍‌କୁ ପ୍ରଦର୍ଶନୀ ମାଧ୍ୟମରେ ଉପସ୍ଥାପନା କରାଯିବ ବୋଲି ଆଶା ରଖାଯାଇଛି। ଭୁବନେଶ୍ୱରରେ ୨୦୧୮ରେ ଇଣ୍ଡିଆନ୍‌ ଓପନ୍‌ କରିବାର ଯୋଜନା ଅଛି।
-ବିଶ୍ୱରଞ୍ଜନ ମିଶ୍ର, ସାଧାରଣ ସମ୍ପାଦକ, ଇଣ୍ଡିଆନ୍‌ ଗେଟ୍‌ବଲ୍‌ ୟୁନିୟନ୍‌

publive-image

ଅନ୍ତର୍ଜତୀୟ ପ୍ରତିଯୋଗିତାରେ ଭାଗ ନେବା ପୂର୍ବରୁ ଖେଳାଳିମାନେ ଜୋରଦାର ଅଭ୍ୟାସ କରିଛନ୍ତି। ଓଡ଼ିଶାରୁ ସଞ୍ଜୟ ପଟ୍ଟନାୟକ, ରଞ୍ଜନ ନନ୍ଦ, ସତୀଶ ପୃଷ୍ଟି(ଅଧିନାୟକ), ଗିରିଜା ଭଞ୍ଜ, ଅଭିଷେକ ମହାନ୍ତି, ନିରଞ୍ଜନ ମଙ୍ଗରାଜ, ହରପ୍ରସାଦ ମହାପାତ୍ର, ଶୁଭ୍ରାଂଶୁ ପଟ୍ଟନାୟକ, ସରରେନ୍ଦ୍ର ମହାରଣା ଓ ରାଜେନ୍ଦ୍ର ପ୍ରସାଦ ଅନ୍ତର୍ଜାତୀୟ ଗେଟ୍‌ବଲ୍‌ ଚମ୍ପିଅନସିପ୍‌ରେ ଭାଗ ନେବାକୁ ଯାଉଛନ୍ତି। ଟିମ୍‌ ଅଫିସିଆଲ ଭାବରେ ଅଞ୍ଜନ ପଟ୍ଟନାୟକ ଓ ସର୍ବେଶ୍ୱର ବ୍ରହ୍ମାନନ୍ଦ ମହାପାତ୍ର ଯିବେ। ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୧୨୦ଟି ଟମ୍‌ ଭାଗ ନେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe