ଡିଆର୍‌ଏସ୍‌ ସମ୍ପର୍କରେ ଭିନ୍ନ ମତ ରଖିଲେ ସଚିନ, ବଲ୍‌ ଷ୍ଟମ୍ପ୍‌ ହିଟ୍‌ କରୁଥିଲେ ଆଉଟ୍ ଦିଆଯିବା ଉଚିତ୍‌

Advertisment
ଡିଆର୍‌ଏସ୍‌ ସମ୍ପର୍କରେ ଭିନ୍ନ ମତ ରଖିଲେ ସଚିନ, ବଲ୍‌ ଷ୍ଟମ୍ପ୍‌ ହିଟ୍‌ କରୁଥିଲେ ଆଉଟ୍ ଦିଆଯିବା ଉଚିତ୍‌

India Today

ନୂଆଦିଲ୍ଲୀ: ଡିସିସନ୍ ରିଭ୍ୟୁ ସିଷ୍ଟମ୍ (ଡିଆର୍‌ଏସ୍‌) ସମ୍ପର୍କରେ ଭିନ୍ନ ମତ ରଖିଛନ୍ତି ବ୍ୟାଟିଂ କିଂବଦନ୍ତି ସଚିନ ତେନ୍ଦୁଲକର। ଡିଆର୍‌ଏସ୍‌ରେ ଯଦି ବଲ୍‌ ଷ୍ଟମ୍ପ୍ ହିଟ୍‌ କରୁଥିବା ଦେଖିବାକୁ ମିଳୁଛି ତେବେ ବ୍ୟାଟସମ୍ୟାନ୍‌କୁ ଆଉଟ୍ ଘୋଷଣା କରିଦିଆଯାଉ ବୋଲି ସଚିନ କହିଛନ୍ତି। ଏହା ପରେ ବଲ୍‌ କେତେ ପ୍ରତିଶତ ହିଟ୍‌ କରୁଛି ଦେଖିବାର କିଛି ମାନେନାହିଁ ବୋଲି ସଚିନ ଯୁକ୍ତି ବାଢ଼ିଛନ୍ତି। ପଡିଆ ଭିତର ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଆଉ ବିଚାରକୁ ନିଆନଯାଉ। ‘କ୍ରିକେଟ୍‌ରେ ଟେକନୋଲୋଜିର ବ୍ୟବହାରର ଏହା ହିଁ ଉଦ୍ଦେଶ୍ୟ। ଆମେ ଜାଣିଛୁ ଟେକ୍‌ନୋଲୋଜି ମଧ୍ୟ ମଣିଷଙ୍କ ଭଳି ୧୦୦ ପ୍ରତିଶତ ସଠିକ୍ ‌ହୋଇପାରିବ ନାହିଁ ବୋଲି ସଚିନ ଏକ ଟ୍ବିଟ୍‌ରେ ମତ ରଖିଛନ୍ତି। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ କିଂବଦନ୍ତି ବ୍ରାଏନ୍ ଲାରାଙ୍କ ସହ ଆଲୋଚନା ବେଳର ଏକ ଭିଡିଓକୁ ଟ୍ବିଟର୍‌ ଆକାଉଣ୍ଟ୍‌ରେ ଛାଡ଼ି ସଚିନ ଡିଆର୍‌ଏସ୍‌ ସମ୍ପର୍କରେ ନିଜ ସ୍ପଷ୍ଟ ମତ ରଖିଛନ୍ତି। ସଚିନଙ୍କ କହିବା କଥା‌ ହେଲା ବଲ୍‌ ଯଦି ଷ୍ଟମ୍ପ୍‌କୁ ଘସି ହୋଇଯାଉଛି କିମ୍ବା ଚୁମି ଚାଲିଯାଉଥିବା ଦେଖିବାକୁ ମିଳୁଛି‌ ତେବେ ନିଷ୍ପତ୍ତି ବୋଲରଙ୍କ ସପକ୍ଷରେ ରହିବା ଉଚିତ୍।

ଆଇସିସି ସହିତ ମୁଁ ଗୋଟିଏ କଥାରେ ଏକମତ ନୁହେଁ ଯେ ଏଲ୍‌ବିଡବ୍‌ଲ୍ୟୁ ନିଷ୍ପତ୍ତି ବେଳେ ବଲ୍‌ ୫୦ ପ୍ରତିଶତ ଷ୍ଟମ୍ପ୍‌କୁ ହିଟ୍‌ କରୁଥିବା ବେଳେ ଆଉଟ୍‌ ବିବେଚନା କରାଯାଉଛି। ଏଥିପାଇଁ ଅନ୍‌ଫିଲ୍ଡ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ବୋଲର କିମ୍ବା ବ୍ୟାଟ୍‌ସମ୍ୟାନ୍‌ ଅସନ୍ତୋଷର ସହ ପଡିଆରୁ ଫେରୁଛନ୍ତି। ଥରେ ତୃତୀୟ ଅମ୍ପାୟାରଙ୍କ ନିକଟକୁ ନିଷ୍ପତ୍ତି ଗଲେ ଟେକ୍‌ନୋଲୋଜି ଉପରେ ଦାୟିତ୍ବ ଛାଡ଼ିଦିଆଯାଉ। ଯେଭଳି ଟେନିସ୍‌ରେ ହେଉଛି, ବଲ୍‌ ଇନ୍ କିବା ଆଉଟ୍ ବୋଲି ଟେକନୋଲୋଜି ପରଖୁଛି। ମଝିରେ ଆଉ କିଛି ନାହିଁ। ସଚିନଙ୍କ ଏଭଳି ନିଷ୍ପତ୍ତି ସହିତ ପୂର୍ବତନ ଅଫସ୍ପିନର୍‌ ହରଭଜନ ସିଂହ ମଧ୍ୟ ଏକମତ ହୋଇଛନ୍ତି। ‘‘ମୁଁ ତୁମ ସହ ୧୦୦ ପ୍ରତିଶତ ଏକମତ ପାଜି, ବଲ୍‌ ଯଦି ଷ୍ଟମ୍ପ୍‌ ଛୁଉଁଛି ତେବେ ଆଉଟ୍ ଦେଇଦିଆଯାଉ’‌ ବୋଲି ଭଜି ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe