Outlook India
ମୁମ୍ବାଇ : ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ କରୋନା ହେବା ଖବର ତାଙ୍କ ପ୍ରଶଂସକଙ୍କୁ ଅତ୍ୟନ୍ତ ବ୍ୟଥିତ କରିଥିଲା। ସଚିନଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ କିନ୍ତୁ ଆପାତତଃ ଭଲ ଅଛି। ଏହି ସୂଚନା ତାଙ୍କ ପିଲାବେଳର ବନ୍ଧୁ ଅତୁଲ ରାନାଡେ ଦେଇଛନ୍ତି। ସଚିନ ସଂପ୍ରତି ଦକ୍ଷିଣ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଛନ୍ତି। ତେବେ ତାଙ୍କୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ରାନାଡେ କହିଛନ୍ତି। ଫଳରେ ସମଗ୍ର ବିଶ୍ବରେ ଥିବା ସଚିନ୍ଙ୍କର କୋଟି କୋଟି ପ୍ରଶଂସକ ଆଶ୍ବସ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ସଚିନଙ୍କୁ ପାକିସ୍ତାନର ପୂର୍ବତନ ଅଧିନାୟକ ତଥା ଦୁର୍ଦ୍ଧର୍ଷ ଦ୍ରୁତ ବୋଲର ୱାସିମ ଆକ୍ରମଙ୍କ ସହ ଭାରତ ଓ ଭାରତ ବାହାରର ବହୁ କ୍ରିକେଟ୍ କିଂବଦନ୍ତି ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି।
Follow Us