The New Indian Express
ନୂଆଦିଲ୍ଲୀ : ଠିକ୍ ୨୦ ବର୍ଷ ତଳେ ଆଜିର ତାରିଖରେ ଦିନିକିଆ ଆନ୍ତର୍ଜାତିକରେ ୧୦,୦୦୦ ରନ୍ ପୂରଣ କରିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍ ତେନ୍ଦୁଲକର। ଏହି ମାଇଲଖୁଣ୍ଟ ଛୁଇଁବାରେ ସେ ହୋଇଥିଲେ ପ୍ରଥମ ବ୍ୟାଟ୍ସମ୍ୟାନ୍। ସଚିନ୍ ଇନ୍ଦୋରର ନେହରୁ ଷ୍ଟାଡିୟମ୍ରେ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଦିନିକିଆରେ ଏହି କୀର୍ତ୍ତିମାନ ରଚିଥିଲେ। ୫୦ ଓଭରିଆ ଫର୍ମାଟ୍ରେ ସଚିନ୍ ୨୫୯ ପାଳିରୁ ହିଁ ସଚିନ୍ ୧୦,୦୦୦ ରନ୍ ଅତିକ୍ରମ କରିଥିଲେ। ସେହି ମ୍ୟାଚ୍ରେ ଦମ୍ଦାର ଫର୍ମରେ ଥିବା ସଚିନ୍ ଓ ଭିଭିଏସ୍ ଲକ୍ଷ୍ମଣ ୧୯୯ ରନ୍ର ଭାଗୀଦାରୀ ଗଢ଼ିଥିଲେ। ସଚିନ୍ ବ୍ୟକ୍ତିଗତ ଭାବେ ୧୩୯ ରନ୍ କରିବାରୁ ଭାରତ ୫୦ ଓଭରରେ ୨୯୯/୮ କରିଥିଲା। ପରେ ଅଷ୍ଟ୍ରେଲିଆକୁ ୧୮୧ ରନ୍ରେ ଆଉଟ୍ କରି ଭାରତ ୧୧୮ ରନ୍ରେ ମ୍ୟାଚ୍ ଜିତିନେଇଥିଲା।
Follow Us