IndyaTv News
ମୁମ୍ବାଇ: ଗୋଆର ମଣ୍ଡୋଭାସ୍ଥିତ ବିଗ୍ ଡାଡି କ୍ୟାସିନୋ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର। ବିନା ଅନୁମତିରେ ତାଙ୍କ ଫଟୋ ବ୍ୟବହାର କରିଥିବାରୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିବା ସଚିନ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ ମୁଁ ଜୀବନରେ କେବେ ବି ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ଜୁଆ, ତମ୍ବାଖୁ କିମ୍ବା ମଦର ପ୍ରଚାର ପ୍ରସାର କରିନି। ହେଲେ ଏହି କ୍ୟାସିନୋ ମୋ ଫଟୋ ବିନା ଅନୁମତିରେ ବ୍ୟବହାର କରି ଆସୁଛି। ମୋ ଓକିଲ ଏଥିନେଇ ଆବଶ୍ୟକ ପଦକ୍ଷେପ ନେବେ। ହେଲେ ମୁଁ ନିଜ ତରଫରୁ ସମସ୍ତଙ୍କୁ ଜଣାଇଦେବାକୁ ଚାହେଁ ଯେ ମୁଁ ଏଭଳି ପଦାର୍ଥର ପ୍ରସାର ପ୍ରସାର କରିବା ଲୋକ ନୁହେଁ।
Follow Us