ଟେରିଙ୍କ ଅବସର

Advertisment
ଟେରିଙ୍କ ଅବସର

ଲଣ୍ଡନ୍‌: ପୂର୍ବତନ ଇଂଲଣ୍ଡ ଏବଂ ଚେଲ୍‌ସି ଅଧିନାୟକ ୩୭ ବର୍ଷୀୟ ଜନ୍‌ ଟେରି ‌ରବିବାର ସମସ୍ତ ପ୍ରକାର ଫୁଟ୍‌ବଲ୍‌ରୁ ଅବସର ନେଇଛନ୍ତି। ଇଂଲଣ୍ଡ ପାଇଁ ୭୮ ଅନ୍ତର୍ଜାତୀୟ ମ୍ୟାଚ୍‌‌ ଖେଳିଥିଲା ବେଳେ ଚେଲ୍‌ସି ପକ୍ଷରୁ ୭୧୭ ‌ମ୍ୟାଚ୍‌ ଖେଳି ସେ ୬୭ ଗୋଲ୍‌ ଦେଇଥିଲେ। ଅବିଶ୍ବାସନୀୟ ଭାବେ ୨୩ ବର୍ଷ ଧରି ମୁଁ ଫୁଟ୍‌ବଲର୍‌ ଭାବେ ଜଣାଶୁଣା ଥିଲି। ଅବସର ନେବାର ଏହା ମୋ ପାଇଁ ଠିକ୍‌ ସମୟ। ଖେଳ ଜୀବନରୁ ଅବ୍ୟହତ ନେଉଛି ବୋଲି ନିଜ ଇନ୍‌‌ଷ୍ଟାଗ୍ରାମ୍‌ ପୃ‌ଷ୍ଠାରେ ଟେରି ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe