ନୂଆଦିଲ୍ଲୀ: ଆସନ୍ତା ୧୭ରୁ ୨୧ ତାରିଖ ପର୍ଯ୍ୟନ୍ତ ଚଳିତ ଋତୁର ରଣଜୀ ଟ୍ରଫି ସେମିଫାଇନାଲ୍ ଖେଳାଯିବ। ତେଣୁ ଦକ୍ଷିଣ ଆଫ୍ରିକା ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳରେ ସାମିଲ ଥିବା ଖେଳାଳିଙ୍କୁ ରଣଜୀ ସେମିଫାଇନାଲ୍ ଖେଳିବାକୁ ଭାରତୀୟ କ୍ରିକେଟ୍ ବୋର୍ଡ ଅନୁମତି ଦେଇଛି। ଦକ୍ଷିଣ ଆଫ୍ରିକା ଗସ୍ତରେ କୌଣସି ଅଭ୍ୟାସ ମ୍ୟାଚ୍ ସାମିଲ ନଥିବାରୁ ଟେଷ୍ଟ ଦଳରେ ସାମିଲ ଥିବା ଯେଉଁ ଖେଳାଳିମାନେ ଚଳିତ ଶ୍ରୀଲଙ୍କା ବିପକ୍ଷ ସୀମିତ ଓଭର ଶୃଙ୍ଖଳାରେ ନାହାନ୍ତି, ସେମାନେ ହିଁ ଅଭ୍ୟାସ ଜାରି ରଖିବା ପାଇଁ ରଣଜୀ ସେମିଫାଇନାଲ୍ ଖେଳିବେ। ଏକଥା ସ୍ପଷ୍ଟ କରିଛି ବିସିସିଆଇ। ଫଳରେ ଈଶାନ୍ତ ଶର୍ମା, ମହମ୍ମଦ ସାମି ଓ ଉମେଶ ଯାଦବଙ୍କ ଭଳି ଦ୍ରୁତ ବୋଲର, ଓ୍ଵିକେଟ୍ ରକ୍ଷକ ରିଦ୍ଧିମାନ ଶାହା, ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ ନିଜ ନିଜ ରାଜ୍ୟ ଦଳରୁ ରଣଜୀ ସେମିଫାଇନାଲ୍ ଖେଳିବେ। ୧୭ରୁ ଆରମ୍ଭ ହେବାକୁ ଯାଉଥିବା ସେମିଫାଇନାଲ୍ରେ ବେଙ୍ଗଲ-ଦିଲ୍ଲୀ (ପୁନେରେ) ଏବଂ କର୍ଣ୍ଣାଟକ-ବିଦର୍ଭ (କୋଲ୍କାତାରେ) ମୁହାଁମୁହିଁ ହେବେ।
ରଣଜୀ ସେମିଫାଇନାଲ୍ ଖେଳିବେ ଟେଷ୍ଟ୍ ଖେଳାଳି
Advertisment
Follow Us