ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌: ବିଶ୍ବର ୯ ନମ୍ବରଙ୍କୁ ହରାଇଲେ ଜର୍ଜ; ସିନ୍ଧୁ ବିଦା

Advertisment
ଥାଇଲାଣ୍ଡ ଓପନ୍‌ ବ୍ୟାଡ୍‌ମିଣ୍ଟନ୍‌: ବିଶ୍ବର ୯ ନମ୍ବରଙ୍କୁ ହରାଇଲେ ଜର୍ଜ; ସିନ୍ଧୁ ବିଦା

Navbharat Times

ବ୍ୟାଙ୍କକକ୍ : ଭାରତର ଯୁବ ତାରକା କିରଣ ଜର୍ଜ ବୁଧବାରଠୁ ଆରମ୍ଭ ହୋଇଥିବା ଥାଇଲାଣ୍ଡ ଓପନ୍‌ ସୁପର ୫୦୦ ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ବିପର୍ଯ୍ୟୟ ଘଟାଇଛନ୍ତି। ପ୍ରଥମ ରାଉଣ୍ଡ ମୁକାବିଲାରେ ଏହି ଅଣମାନ୍ୟତାପ୍ରାପ୍ତ ଭାରତୀୟ ଖେଳାଳି ୨୧-୧୮, ୨୨-୨୦ ସିଧାସଳଖ ଗେମ୍‌ରେ ବିଶ୍ବର ୯ ନମ୍ବର ଚୀନ୍‌ର ସି ୟୁକିଙ୍କୁ ହରାଇ ବିଦାୟ ରାସ୍ତା ଦେଖାଇଛନ୍ତି। ପ୍ରଥମ ଦିନରେ ଭାରତର ତାରକା ଖେଳାଳି କିଦାମ୍ବି ଶ୍ରୀକାନ୍ତ ଓ ବି ସାଇ ପ୍ରଣୀତଙ୍କ ସହ ୨ ଅଲିମ୍ପିକ୍‌ ପଦକ ବିଜୟିନୀ ପିଭି ସିନ୍ଧୁଙ୍କ ଅଭିଯାନ ପ୍ରଥମ ରାଉଣ୍ଡରେ ଶେଷ ହୋଇଛି। ହେଲେ ପ୍ରକାଶ ପାଦୁକୋନ ଏକାଡେମୀର ଜର୍ଜ ୨୦୧୮ ବିଶ୍ବ ରୌପ୍ୟ ବିଜେତାଙ୍କୁ ହରାଇ ସମସ୍ତଙ୍କୁ ବିସ୍ମିତ କରି ଦେଇଛନ୍ତି।

ଦ୍ବିତୀୟ ରାଉଣ୍ଡରେ କିରଣ ଚୀନ୍‌ର ୱେଙ୍ଗ ହଙ୍ଗ ୟାଙ୍ଗଙ୍କୁ ଭେଟିବେ। ୟାଙ୍ଗ ୨୧-୮, ୧୬-୨୧, ୨୧-୧୪ରେ ୨୦୨୧ ବିଶ୍ବ ରୌପ୍ୟ ବିଜେତା ଶ୍ରୀକାନ୍ତଙ୍କୁ ହରାଇଥିଲେ। ପ୍ରଣୀତ ୧୪-୨୧, ୧୬-୨୧ରେ ପ୍ରାନ୍ସର ଖ୍ରିଷ୍ଟୋ ପୋପୋଭଙ୍କଠୁ ପରାସ୍ତ ହୋଇଥିଲେ। ସିନ୍ଧୁ ସିନ୍ଧୁ ୮-୨୧, ୨୧-୧୮, ୧୮-୨୧ରେ କାନାଡ଼ାର ମାଚେଲି ଲିଙ୍କଠୁ ହାରି ଯାଇଥିଲେ। ପ୍ରିୟାଂଶୁ ରାଜୱାତ ୧୯-୨୧, ୧୦-୨୧ରେ ମାଲେସିଆର ଏନ୍‌ଜି ଟିଜି ୟଙ୍ଗଙ୍କଠୁ ଏବଂ ସମୀର ବର୍ମା ୧୫-୨୧, ୧୫-୨୧ରେ ଡେନ୍‌ମାର୍କର ମାଗନସ ଜୋହାନେସେନଙ୍କଠୁ ହାରି ମଧ୍ୟ ବିଦାୟ ନେଇଛନ୍ତି।

ମହିଳା ଏକକରେ ଅସ୍ମିତା ଚାଲିହା ଓ ସାଇନା ନେହୱାଲ ଏବଂ ପୁରୁଷ ଏକକରେ ଲକ୍ଷ୍ୟ ସେନ୍‌ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି। ଯୋଗ୍ୟତ‌ା ପର୍ଯ୍ୟାୟ ଦେଇ ଆସିଥିବା ଅସ୍ମିତା ୨୧-୧୭, ୨୧-୧୪ରେ ନିଜ ଦେଶର ମାଳବିକା ବାଂଶୁଦଙ୍କୁ ଏବଂ ଲଣ୍ଡନ ଅଲିମ୍ପିକ୍‌ କାଂସ୍ୟ ବିଜୟିନୀ ସାଇନା ୨୧-୧୩, ୨୧-୭ରେ କାନାଡାର ୱେନ୍‌ ୟୁ ଝାଙ୍ଗଙ୍କୁ ପରାସ୍ତ କରିଥିଲେ। ଲକ୍ଷ୍ୟ ୨୧-୨୩, ୨୧-୧୫, ୨୧-୧୫ରେ ଚାଇନିଜ୍‌ ତାଇପେର ଟି ଜୁ-ୱେଇ ୱାଙ୍ଗଙ୍କୁ ମାତ୍‌ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe