ଥାଇଲାଣ୍ଡ ଓପନ୍‌ ମୁଷ୍ଟିଯୁଦ୍ଧ: ଭାରତକୁ ୮ ପଦକ

Advertisment

Hindustan

ନୂଆଦିଲ୍ଲୀ: ଚଳିତ ଥାଇଲାଣ୍ଡ୍‌ ଓପନ୍‌ ଆନ୍ତର୍ଜାତିକ ମୁଷ୍ଟିଯୁଦ୍ଧ ପ୍ରତିଯୋଗିତାରେ ଭାରତକୁ ୮ ପଦକ ମିଳିଛି। ଶନିବାର ଏସୀୟ ରୌପ୍ୟ ପଦକ ବିଜେତା ଆଶିଷ କୁମାର ସ୍ବର୍ଣ୍ଣ ଜିତିବା ପରେ ଭାରତର ପଦକ ସଂଖ୍ୟା ୮ରେ ଶେଷ ହୋଇଛି। ଏହା ଆଶିଷଙ୍କର ପ୍ରଥମ ଆନ୍ତର୍ଜାତିକ ସ୍ବର୍ଣ୍ଣ ହୋଇଥିଲା ବେଳେ ଚଳିତ ପ୍ରତିଯୋଗିତାରେ ମଧ୍ୟ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ। ଗୋଟିଏ ସ୍ବର୍ଣ୍ଣ ସାଙ୍‌ଗକୁ ଭାରତ ୪ ‌ରୌପ୍ୟ ଓ ୩ କାଂସ୍ୟ ପଦକ ମଧ୍ୟ କରାୟତ କରିଛି। ଶନିବାର ଅନ୍ତିମ ଦିବସରେ ଆଶିଷ (୪୯ କେଜି) ୫-୦ରେ କୋରିଆର କିମ୍‌ ଜାନ୍‌ଜାଏଙ୍କୁ ପରାସ୍ତ କରିଥିଲେ। ଏହା ବ୍ୟତୀତ ଶନିବାର ଅନ୍ତିମ ଦିବସରେ ଭାରତ ପାଇଁ କନିଷ୍ଠ ବିଶ୍ବ ବିଜେତା ନିଖତ୍‌ ଜାରିନ୍‌ (୫୧ କେଜି), ଏସୀୟ ରୌପ୍ୟ ବିଜେତା ଦୀପକ ସିଂହ (୪୯ କେଜି), ବ୍ରିଜେଶ୍‌ ଯାଦବ (୮୧ କେଜି) ଓ ରାଜ୍ୟ‌ଗୋ‌ଷ୍ଠୀ କାଂସ୍ୟ ବିଜେତା ମହମ୍ମଦ ହୁସାମ୍ମୁଦ୍ଦିନ୍‌ (୫୬ କେଜି) ନିଜ ନିଜ ଫାଇନାଲ୍‌ ଲଢ଼େଇ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲା ବେଳେ ଷ୍ଟ୍ରାଞ୍ଜା କପ୍‌ ରୌପ୍ୟ ବିଜୟିନୀ ମଞ୍ଜୁ ରାଣୀ (୪୮ କେଜି), ଆଶିଷ (୬୯ କେଜି) ଏବଂ ଭାଗ୍ୟବତୀ କଚାରି (୭୫ କେଜି) କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe