ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ: ପ୍ରମୋଦଙ୍କ ବିଜୟଧାରା ଜାରି

Advertisment
ବ୍ରାଜିଲ ପାରାବ୍ୟାଡ୍‌ମିଣ୍ଟନ: ପଦକ ପକ୍କା କଲେ ପ୍ରମୋଦ

Indian Daily Post

ଭୁବନେଶ୍ବର: ଥାଇଲାଣ୍ଡର ପଟାୟାରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଓଡ଼ିଶାର ପ୍ରମୋଦ ଭଗତଙ୍କ ବିଜୟ ଧାରା ଜାରି ରହିଛି। ମଙ୍ଗଳବାର ୩ଟି ଯାକ ବର୍ଗ (ଏକକ, ମିଶ୍ରତ ଓ ପୁରୁଷ ଯୁଗଳ)ରେ ଜିତିଥିବା ପ୍ରମୋଦ ବୁଧବାର ଏହି ୩ଟି ବର୍ଗରେ ପୁଣି ବିଜୟୀ ହୋଇଛନ୍ତି। ପୁରୁଷ ଏକକରେ ସେ ୨୧-୧୬, ୨୧-୯ରେ ସ୍ଥାନୀୟ ଖେଳାଳି ସାଙ୍ଗନିଲ ସିଂଘାଙ୍କୁ ପରାସ୍ତ କରିଥିଲେ। ସେହିପରି ମିଶ୍ରିତ ଯୁଗଳରେ ସେ ଓ ତାଙ୍କ ସାଥୀ ମନୀଷା ରାମଦାସ ୨୧-୧୭,୨୧-୧୨ରେ ଥାଇଲାଣ୍ଡ ଯୋଡ଼ି ଚାୱାରାତ କିତିଚୋକ୍ବାତାା ଓ ଚାନିଦା ଶ୍ରୀନାଭାକୁଲଙ୍କୁ ହରାଇଥିଲେ। ପୁରୁଷ ଯୁଗଳରେ ସେ ଓ ତାଙ୍କ ଭାରତୀୟ ସାଥୀ ସୁକାନ୍ତ କଦମ ୨୧-୧୧, ୨୧-୬ରେ ମେକ୍ସିକୋର ଆଞ୍ଜେଲ ଗାବ୍ରିଏଲ ଓ ଆମେରିକାର ରିଚାର୍ଡ ଅଲ୍‌କାରାଜଙ୍କୁ ମାତ୍‌ ଦେଇଥିଲେ। ଏହି ପ୍ରତିଯୋଗିତାରେ ଭାଗନେଇଥିବା ଅନ୍ୟ ଦୁଇ ଓଡ଼ିଶା ଖେଳାଳି ଦୀପ ରଂଜନ ବିଶୋଇ ଓ ଦିଲେଶ୍ବର ରାଓ ଏକକରେ ନିଜ ନିଜର ଦୁଇଟି ଲେଖାଏଁ ଗ୍ରୁପ୍‌ ମ୍ୟାଚ୍‌ ହାରି ବିଦାୟ ନେଇଛନ୍ତି। ତେବେ ପୁରୁଷ ଯୁଗଳରେ ଦୀପ ଓ ମନୋଜ ସରକାର ୨୧-୧୮,୨୧-୧୯ରେ ଚୀନ୍‌ର ଗାଓ ୟୁୟାଙ୍ଗ ଓ ୟାଙ୍ଗ ଜିଆୟୁଆଁଙ୍କୁ ପରାସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe