ପ୍ରିନସେସ୍ କପ୍ ଭଲିବଲ୍ ଲାଗି ୧୪ ଜଣିଆ ଭାରତୀୟ ଦଳ

ପ୍ରିନସେସ୍ କପ୍ ଭଲିବଲ୍ ଲାଗି ୧୪ ଜଣିଆ ଭାରତୀୟ ଦଳ

ଭୁବନେଶ୍ବର: ଥାଇଲାଣ୍ଡର ନାଖନ ପାଥମଠାରେ ଚଳିତ ମାସ ୨୪ରୁ ୨୯ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ତୃତୀୟ ପ୍ରିନସେସ୍ କପ୍ ଏଭିସି ମହିଳା ଚ୍ୟାଲେଞ୍ଜ୍ କପ୍ ଲାଗି ୧୪ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। କିଟ୍ ବିଶ୍ବବିଦ୍ୟାଳୟଠାରେ ଆୟୋଜିତ ପ୍ରଶିକ୍ଷଣ ଶିବିର ଆଧାରରେ ଏହି ଦଳ ଘୋଷଣା କରାଯାଇଛି। ଦଳ ସହ ୪ଜଣ ଅଧିକାରୀ ମଧ୍ୟ ବୁଧବାର ଥାଇଲାଣ୍ଡ ଅଭିମୁଖେ ଯାତ୍ରା କରିଛନ୍ତି। କିଟ୍ ଓ କିସ୍ ପ୍ରତିଷ୍ଠାତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍ ମହାସଂଘର ସଭାପତି ଅଚ୍ୟୁତ ସାମନ୍ତ ଭାରତୀୟ ଦଳକୁ ସମସ୍ତ ପ୍ରକାର ସହଯୋଗ କରିବା ସହ ଏହି ପ୍ରତିଯୋଗିତା ଲାଗି ଭାରତୀୟ ଦଳକୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି। ଶ୍ରୀ ସାମନ୍ତ ଦଳ ଘୋଷଣା କରିବା ସହ ଖେଳାଳିମାନଙ୍କୁ ‌କ୍ରୀଡ଼ା ପୋଷାକ ଓ ଉପକରଣ ପ୍ରଦାନ କରିଥିଲେ।

ଭାରତୀୟ ଦଳ
ରାଣୀ ଗୁଞ୍ଜନ, ଆର ଅୱସ୍ତି, କେ ଦେବିକା ଦେବରାଜନ, ଏନ୍‌ଏସ୍ ଶରଣ୍ୟା, ଏସ୍ ସୂର୍ଯ୍ୟା, କେଏସ୍ ଜିନି, ନିର୍ମଳ (ଅଧିନାୟିକା), ଏମ୍ ଶ୍ରୁତି, ଜନସନ ଜିସ୍ନୀ, କେପି ଅନୁଶ୍ରୀ, ଅନୁଶ୍ରୀ ଘୋଷ, ଅମ୍ବିକା, ଆଞ୍ଜେଲ୍ ଯୋଶେଫ, ଅନନ୍ୟା ଦାସ। ବିଜୟପାଲ ସିଂହ (ପ୍ରବନ୍ଧକ), ପ୍ରିତମ ସିଂହ ଚୌହ୍ବାନ (ମୁଖ୍ୟ ପ୍ରଶିକ୍ଷକ), ବୈଶାଳୀ ଫଦତାରେ (ସହକାରୀ ପ୍ରଶିକ୍ଷକ), ରାମେଶ୍ବର ଚୌହ୍ବାନ (‌ରେଫରି)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe