ନଗେଶ ଟ୍ରଫି ପାଇଁ ୧୪ ଜଣିଆ ଓଡ଼ିଶା ଦଳ

Advertisment
ନଗେଶ ଟ୍ରଫି ପାଇଁ ୧୪ ଜଣିଆ ଓଡ଼ିଶା ଦଳ

ଭୁବନେଶ୍ବର: ଚତୁର୍ଥ ନଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ୍ ପ୍ରତିଯୋଗିତା ଲାଗି ଓଡ଼ିଶା ଦୃଷ୍ଟିହୀନ କ୍ରିକେଟ୍ ସଂଘ (କ୍ୟାଭି) ବୁଧବାର ୧୪ ଜଣିଆ ଓଡ଼ିଶା ଦଳ ଘୋଷଣା କରିଛି। ଗତ ସଂସ୍କରଣର ଉପବିଜେତା ଓଡ଼ିଶା ଦଳରେ ଏଥର ୬ଜଣ ଅନ୍ତର୍ଜାତୀୟ ଖେଳାଳି ଅଛନ୍ତି। ବିଶ୍ବକପ୍ ବିଜେତା ମହମ୍ମଦ ଜାଫର ଇକବାଲ ଦଳର ଅଧିନାୟକ ନିଯୁକ୍ତ ହୋଇଥିଲା ବେଳେ ପଙ୍କଜ ଭୂଏ ଉପଅଧିନାୟକ ପଦ ପାଇଛନ୍ତି। ଚନ୍ଦ୍ରଶେଖର ପଟ୍ଟନାୟକ ଦଳର ପ୍ରଶିକ୍ଷକ ଏବଂ ଦେବାଶିଷ ଜେନା ସହକାରୀ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଚଳିତ ମାସ ୧୭ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଥିବା ଏହି ପ୍ରତିଯୋଗିତାରେ ୨୪ ଦଳ ଅଂଶଗ୍ରହଣ କରିବେ। ଆଉ ଅନ୍ୟତମ ଟ୍ରଫି ଦାବିଦାର ଓଡ଼ିଶା ଏଲିଟ୍-ବି ଗ୍ରୁପ୍‌ରେ ସ୍ଥାନ ପାଇଛି। ରାଜ୍ୟ ଦଳ ୧୭ ତାରିଖରେ ତାମିଲନାଡୁ ବିପକ୍ଷରେ ତା’ର ଅଭିଯାନ ଆରମ୍ଭ କରିବ। ଏହି ପ୍ରତିଯୋଗିତା ଲାଗି ସ୍ଥାନୀୟ ହାଇଟେକ୍ ମେଡିକାଲ୍ କଲେଜ ପଡ଼ିଆରେ ଓଡ଼ିଶା ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିଲାଗି ଅଧିକାର ମାଇକ୍ରୋ‌ ଫାଇନାନ୍ସ ଆର୍ଥିକ ସହାୟତା ଯୋଗାଇ ଦେଇଥିଲା।

ଓଡ଼ିଶା ଦଳ: ମହମ୍ମଦ ଜାଫର ଇକବାଲ (ଅଧିନାୟକ), କାଳିଆ ପ୍ରଧାନ, ତପନ କୁମାର ଗୌଡ, ଦେବରାଜ ବେହେରା, ଅନିଲ ମଲ୍ଲିକ, ଆକାଶ ରାଉତ, ସିଙ୍ଗରାଇ ମାଝୀ, ନକୁଳ ବଡ଼ନାୟକ, ଲାଲପ୍ରସାଦ ସୋରେନ୍, ଅର୍ଜୁନ ଭତ୍ର, ସୁଖରାମ ମାଝୀ, ପଙ୍କଜ ଭୂଏ (ଉପଅଧିନାୟକ), ଲିଙ୍ଗରାଜ ରାଉତରା, ଧନପତି ଗୌଡ। ଚନ୍ଦ୍ରଶେଖର ପଟ୍ଟନାୟକ (ପ୍ରଶିକ୍ଷକ), ଦେବାଶିଷ ଜେନା (ସହକାରୀ ପ୍ରଶିକ୍ଷକ)।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe