୨୦ ବର୍ଷୀୟା ଅଲିମ୍ପିଆନ୍‌ ସ୍କେଟରଙ୍କ ଦେହାନ୍ତ

Advertisment
୨୦ ବର୍ଷୀୟା ଅଲିମ୍ପିଆନ୍‌ ସ୍କେଟରଙ୍କ ଦେହାନ୍ତ

Reuters

ମସ୍କୋ: ରୁଷିଆ ଜନ୍ମିତ ୨୦ ବର୍ଷୀୟା ପେୟାର୍ସ ଫିଗର ସ୍କେଟର ଏକ୍‌ଟେରିନା ଆଲେକ୍ସଜାଣ୍ଡ୍ରୋଭସ୍କାୟାଙ୍କର ମସ୍କୋରେ ପରଲୋକ ହୋଇଛି ବୋଲି ଅନ୍ତର୍ଜାତୀୟ ସ୍କେଟିଂ ସଂଘ (ଆଇଏସ୍‌ୟୁ) ଶନିବାର ସୂଚନା ଦେଇଛି। ରୁଷିଆରେ ଜନ୍ମ ହୋଇଥିଲେ ମଧ୍ୟ ସେ ୨୦୧୮ ଶୀତକାଳୀନ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରତିନିଧିତ୍ବ କରିଥିଲେ। ଏକ୍‌ଟେରିନାଙ୍କ ଅକାଳ ବି‌ୟୋଗ ଖବର ଶୁଣି ଆଇଏସ୍‌ୟୁ ଚକିତ ହୋଇଯାଇଛି। ସେ ଜଣେ ଦକ୍ଷ ସ୍କେଟର ଥିଲେ। ଆମେ ତାଙ୍କ ପରିବାର, ବନ୍ଧୁ ଓ ସାଥୀ ଖେଳାଳିଙ୍କୁ ଗଭୀର ସମବେଦନା ଜଣାଉଛୁ। ଏହି ଦୁଃଖଦ କ୍ଷତି ପାଇଁ ଶୋକ ବ୍ୟକ୍ତ କରୁଛୁ ବୋଲି ସଂଗଠନର ୱେବ୍‌ସାଇଟରେ ଆଇଏସୟୁ ସଭାପତି ଜାନ ଡିଜକେମା ପ୍ରକାଶ କରିଛନ୍ତି।

ତାଙ୍କ ସ୍କେଟର ‌ସାଥୀ ହାର୍ଲେ ୱିଣ୍ଡସର୍‌ ନିଜ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଉଭୟଙ୍କ ‌ଫଟୋ ପୋଷ୍ଟ୍‌ କରିବା ସହ ଏକ୍‌ଟେରିନାଙ୍କ ବିୟୋଗରେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ‘ମୁଁ ବର୍ତ୍ତମାନ କିପରି ଅନୁଭବ କରୁଛି, ତାହା ବର୍ଣ୍ଣନା କରିପାରିବି ନାହିଁ। ତାଙ୍କ ହଠାତ୍ ଦେହାନ୍ତରେ ମୁଁ ହତାଶ ଏବଂ ଅସୁସ୍ଥ ହୋଇପଡ଼ିଛି। ଆମର ଭାଗୀଦାରି ସମୟରେ ଯେଉଁ ସଫଳତା ହାସଲ କରିଥିଲୁ, ତାହା କେବେ ବି ଭୁଲିପାରିବି ନାହିଁ। ସେ ସର୍ବଦା ମୋ ହୃଦୟରେ ରହିଥିବେ। ଏହି ଖବର ଶୁଣି କେବେ ବି ନିଜକୁ ସ୍ଥିର ରଖିପାରିବ ନାହିଁ। ଈଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ’ ବୋଲି ଇନ୍‌ଷ୍ଟାଗ୍ରାମରେ ୱିଣ୍ଡସର୍‌ ପ୍ରକାଶ କରିଛନ୍ତି। ଏକ୍‌ଟେରିନା ଓ ୱିଣ୍ଡସର୍‌ ଅଷ୍ଟ୍ରେଲିଆରୁ ପ୍ରତିନିଧିତ୍ବ କରି ୨୦୧୭ରେ କନିଷ୍ଠ ବିଶ୍ବ ବିଜେତା ହୋଇଥିଲେ। ଏହି ଯୋଡ଼ି ମଧ୍ୟ ପ୍ରଥମ ଅଷ୍ଟ୍ରେଲୀୟ ସ୍କେଟର ଭାବେ ଆଇଏସ୍‌ୟୁ ଚାମ୍ପିଅନ୍‌ସିପ୍‌ ମୁକୁଟ କରାୟତ୍ତ କରି ଇତିହାସ ରଚିଥିଲେ। ୨୦୧୮ ଶୀତକାଳୀନ ଅଲିମ୍ପିକ୍ସରେ ଏହି ଯୋଡ଼ି ଭାଗନେଇଥିଲେ। କିନ୍ତୁ ଚଳିତ ବର୍ଷ ଆଉ ଏକାଠି ଖେଳିବେନି ବୋଲି ଉଭୟ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe