ସଚିନ ବି ଜାଣିଥିଲେ ସେ କେତେ ଭାଗ୍ୟଶାଳୀ ଥିଲେ: ନେହରା

Advertisment

ପାକିସ୍ତାନ ବିପକ୍ଷ ୨୦୧୧ ବିଶ୍ବକପ୍ ସେମିଫାଇନାଲ୍ ମ୍ୟାଚ୍

ପାକିସ୍ତାନ ବିପକ୍ଷ ୨୦୧୧ ବିଶ୍ବକପ୍ ସେମିଫାଇନାଲ୍ ମ୍ୟାଚ୍

ସଚିନ ବି ଜାଣିଥିଲେ ସେ କେତେ ଭାଗ୍ୟଶାଳୀ ଥିଲେ: ନେହରା

The Quint

ନୂଆଦିଲ୍ଲୀ: ‌ମୋହାଲିରେ ଖେଳା ଯାଇଥିବା ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ବିପକ୍ଷ ୨୦୧୧ ବିଶ୍ବକପ୍ ସେମିଫାଇନାଲ୍ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଭାରତ ପକ୍ଷରୁ ସର୍ବାଧିକ ୮୫ ରନ୍ କରିଥିଲେ। ତେବେ ତାଙ୍କର ଏହି ଭାଗ୍ୟଶାଳୀ ପାଳିରେ ସଚିନଙ୍କୁ ପାଞ୍ଚଟି ଜୀବନ ଦାନ ମିଳିଥିଲା। ସାହିଦ ଆଫ୍ରିଦିଙ୍କ ବୋଲିଂରେ ସେ ତିନି ଥର ଆଉଟ୍ ହେବାରୁ ଅଳ୍ପକେ ବର୍ତ୍ତିଯାଇଥ‌ିଲେ। ସେହିଭଳି ମହମ୍ମଦ ହାଫିଜଙ୍କ ବଲ୍‌ରେ ଅମ୍ପାୟାର ତାଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ ଦେବା ପରେ ଡିଆରଏସ୍ ଉପଯୋଗ କରି ସଚିନ ଏଥିରୁ ମଧ୍ୟ ରକ୍ଷା ପାଇଯାଇଥିଲେ। ସଚିନ ୨୩ ରନ୍‌ରେ ଥିଲା ବେଳେ ଏହି ଘଟଣା ଘଟିଥିଲା। ଏହା ପରେ ସେ ୨୭, ୪୫, ୭୦ ଓ ୮୧ ରନ୍‌ରେ ଥିଲା ବେଳେ ପାକିସ୍ତାନ ଖେଳାଳି ତାଙ୍କ କ୍ୟାଚ୍ ହାତଛଡ଼ା କରିଥିଲେ। ଯାହା ପରେ ପାକିସ୍ତାନ ପାଇଁ ଅତ୍ୟନ୍ତ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ସଚିନଙ୍କ ପାଳି ବଳରେ ହିଁ ଭାରତ ୨୬୦ ରନ୍ କରି ନେଇଥିଲା ଏବଂ ପାକିସ୍ତାନକୁ ୨୯ ରନ୍‌ରେ ପରାସ୍ତ କରି ଫାଇନାଲ୍ ଟିକେଟ ହାସଲ କରି ନେଇଥିଲା।

ବିଶ୍ବକପ୍‌ରେ ମଧ୍ୟ ଭାରତର ଏହା ପାକିସ୍ତାନ ବିପକ୍ଷରେ ଲଗାତାର ପଞ୍ଚମ ବିଜୟ ଥିଲା। ଯାହା ଏବେ ୭-୦କୁ ବଢ଼ିଛି। ସଚିନଙ୍କ ସେହି ଭାଗ୍ୟଶାଳୀ ପାଳିକୁ ମନେ ପକାଇଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଦ୍ରୁତ ବୋଲର ଆଶିଷ ନେହରା। ବ୍ୟକ୍ତିଗତ ଭାବେ ନେହରାଙ୍କର ମଧ୍ୟ ଏହା ଭାରତ ପାଇଁ ଶେଷ ଅନ୍ତର୍ଜାତୀୟ ଦିନିକିଆ ଥିଲା। ଏଥିରେ ସେ ୩୩ ରନ୍ ବିନିମୟରେ ୨ ୱିକେଟ୍ କରାୟତ୍ତ କରିଥିଲେ। ସେଦିନର ସେହି ହୋଇଭୋଲଟେଜ୍ ମ୍ୟାଚ୍‌ର ସ୍ଥିତିକୁ ସ୍ମରଣ କରି ନେହରା କହିଛନ୍ତି ଯେ ଶକ୍ତିଶଳୀ ବ୍ୟାଟିଂକ୍ରମ ପାଇଁ ଆମେ ୩୫୦ ରନ୍‌ କରିବାକୁ ଲକ୍ଷ୍ୟ ରଖିଥିଲୁ। ତେବେ ୯୦ ରନ୍ ପଛରେ ଅଟକି ଯାଇଥିଲୁ। ତଥାପି ଏହି ଛୋଟ ସ୍କୋର ତଳେ ପାକିସ୍ତାନକୁ ଅଟକାଇବାକୁ ସକ୍ଷମ ହୋଇଥିଲୁ। ଭାରତ-ପାକିସ୍ତାନ ମ୍ୟାଚ୍ ଥିବାରୁ ଉଭୟ ଦଳ ଉପରେ ଚାପ ରହିଥିଲା। ବୀରେନ୍ଦ୍ର ସେହବାଗ ଯେଭଳି ଭାବେ ଉମର ଗୁଲଙ୍କୁ ଆରମ୍ଭରୁ ଆକ୍ରମଣ କରିଥିଲେ (ଗୋଟିଏ ଓଭରରେ ୪ ଚୌକା ମାରି) ଆମେ ୩୪୦ରୁ ୩୫୦ ରନ୍‌ରେ ପହଞ୍ଚିଯିବୁ ବୋଲି ଭାବିଥିଲୁ। ତେବେ ଅଚାନକ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୨୬୦ ରନ୍‌ରେ ଅଟକି ଯାଇଥିଲୁ। ସଚିନ ଆମକୁ ବଞ୍ଚାଇ ଦେଇଥିଲେ। ହେଲେ ମୁଁ କହିପାରିବି ଯେ ଏହା ସଚିନଙ୍କର ଶ୍ରେଷ୍ଠ ପାଳି ନଥିଲା। ତାଙ୍କୁ ଅନେକ ଜୀବନ ଦାନ ମିଳିଥିଲା। ଯାହା କ୍ବଚିତ ଘଟିଥାଏ। ଏପରିକି ସଚିନ ବି ଜାଣିଥିଲେ ସେ କେତେ ଭାଗ୍ୟଶାଳୀ ଥିଲେ। ଏହା ପରେ ପାକିସ୍ତାନ ଭଲ ଆରମ୍ଭ କରିଥିଲା। ଆମେ କିନ୍ତୁ ଆତ୍ମବିଶ୍ବାସ ହରାଇ ନଥିଲୁ। ଚାପ ହୀନ ଭାବେ ଖେଳି ବିଜୟୀ ହୋଇଥିଲୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe