ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ଭାରତୀୟ ହକି ଦଳ ଘୋଷିତ: ଅମିତ ଉପଅଧିନାୟକ, ନିଲମ ସଞ୍ଜୀବ ସାମିଲ

Advertisment
ଅଷ୍ଟ୍ରେଲିଆ ଗସ୍ତ ପାଇଁ ୨୩ ଜଣିଆ ଭାରତୀୟ ହକି ଦଳ ଘୋଷିତ: ଅମିତ ଉପଅଧିନାୟକ, ନିଲମ ସଞ୍ଜୀବ ସାମିଲ

ନୂଆଦିଲ୍ଲୀ: ଆଗାମୀ ଅଷ୍ଟ୍ରେଲିଆ ଗସ୍ତ ପାଇଁ ହକି ଇଣ୍ଡିଆ ମଙ୍ଗଳବାର ଭାରତୀୟ ପୁରୁଷ ହକି ଦଳ ଘୋଷଣା କରିଛି। ଅଭିଜ୍ଞ ଡ୍ରାଗ୍‌ଫ୍ଲିକର ହର୍ମନପ୍ରୀତ୍‌ ସିଂହ ଘୋଷିତ ୨୩ ଜଣିଆ ଦଳର ନେତୃତ୍ବ ନେଉଥିଲା ବେଳେ ଓଡ଼ିଆ ପୁଅ ଅମିତ ରୋହିଦାସ ଉପଅଧିନାୟକ ନିଯୁକ୍ତ ହୋଇଛନ୍ତି। ଦଳରେ ଅମିତଙ୍କ ପରେ ଦ୍ବିତୀୟ ଓଡ଼ିଆ ଭା‌ବେ ନିଲମ ସଞ୍ଜୀବ ଖେସ୍‌ ସାମିଲ ହୋଇଛନ୍ତି। ବିଶେଷକରି ଭୁବନେଶ୍ବରରେ ଆୟୋଜିତ ହୋଇଥିବା ନ୍ୟୁଜିଲାଣ୍ଡ୍‌ ଏବଂ ସ୍ପେନ୍‌ ବିପକ୍ଷ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ମ୍ୟାଚ୍‌ ଖେଳିବାରୁ ବଞ୍ଚିତ ରହିଥିବା ଡିଫେଣ୍ଡର ବରୁଣ କୁମାର ଦଳକୁ ଫେରିଛନ୍ତି। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ୫ ମ୍ୟାଚ୍‌ ଖେଳିବ। ଏହି ଶୃଙ୍ଖଳା ଆସନ୍ତା ୨୬ ତାରିଖରୁ ଆଡିଲେଡ୍‌ରେ ଆରମ୍ଭ ହେବ। ଆସନ୍ତାବର୍ଷ ଓଡ଼ିଶାର ଭୁବନେଶ୍ବର ଓ ରାଉରକେଲାରେ ମିଳିତ ଭାବେ ଆୟୋଜିତ ହେବାକୁ ଯାଉଥିବା ଏଫ୍‌ଆଇଏଚ୍‌ ହକି ବିଶ୍ବକପ୍‌ ପୂର୍ବର ଆୟୋଜକ ଅଷ୍ଟ୍ରେଲିଆ ଗସ୍ତ ଭାରତୀୟ ଦଳର ପ୍ରସ୍ତୁତିପର୍ବ ରହିବ। ତେଣୁ ଅଷ୍ଟ୍ରେଲିଆ ଗସ୍ତ ଆମ ପାଇଁ ଭଲ ସୁଯୋଗ ରହିବ। ଆଗାମୀ ବିଶ୍ବକପ୍‌ ପାଇଁ ଅଷ୍ଟ୍ରେଲିଆ ଅନ୍ୟତମ ଟ୍ରଫି ଦାବିଦାର ଥିବାରୁ ସେହି ଦଳ ବିପକ୍ଷରେ ଶୃଙ୍ଖଳା ଖେଳି ଆମେ ଆମକୁ ପରୀକ୍ଷା କରିପାରିବୁ ବୋଲି କହିଛନ୍ତି ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗ୍ରାହମ ରିଡ୍‌।

ଭାରତୀୟ ଦଳ: ଗୋଲ୍‌ରକ୍ଷକ-କୃଷ୍ଣ ବାହାଦୁର ପାଠକ, ଶ୍ରୀଜେସ, ପାରାଟ୍ଟୁ ରବୀନ୍ଦ୍ରନ୍‌। ଡିଫେଣ୍ଡର୍ସ-ଜର୍ମନପ୍ରୀତ୍‌ ସିଂହ, ସୁରେନ୍ଦର କୁମାର, ହର୍ମନପ୍ରୀତ୍‌ ସିଂହ (ଅଧିନାୟକ), ଅମିତ ରୋହିଦାସ (ଉପଅଧିନାୟକ), ଯୁଗରାଜ ସିଂହ, ମନ୍‌ଦୀପ ମୋର, ନିଲମ ସଞ୍ଜୀବ ଖେସ୍‌, ବରୁଣ କୁମାର। ମିଡ୍‌ଫିଲ୍‌ଡର୍ସ-ସୁମିତ, ମନ୍‌ପ୍ରୀତ୍‌ ସିଂହ, ହାର୍ଦିକ୍‌ ସିଂହ, ସାମ୍‌ସେର ସିଂହ, ନୀଳକାନ୍ତ ଶର୍ମା, ରାଜକୁମାର ପାଲ୍‌, ମହମ୍ମଦ ରାହିଲ ମୌସିନ, ଆକାଶଦୀପ ସିଂହ, ଗୁର୍‌ଜାନ୍ତ ସିଂହ। ଫରୱାର୍ଡସ-ମନ୍‌ଦୀପ ସିଂହ, ଅଭିଷେକ, ଦିଲ୍‌ପ୍ରୀତ୍‌ ସିଂହ, ସୁଖଜିତ୍‌ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe