ଖରାପ ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଏଏଫ୍‌ଆଇ

Advertisment
ଖରାପ ପ୍ରଦର୍ଶନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ ଏଏଫ୍‌ଆଇ

TV9News

‌ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଖରାପ ପ୍ରଦର୍ଶନ କରିଥିବା ଖେଳାଳିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବଭାରତୀୟ ଦୌଡ଼କୁଦ ମହାସଂଘ (ଏଏଫ୍‌ଆଇ) ନିଷ୍ପତ୍ତି ନେଇଛି। ବେଙ୍ଗାଲୁରୁ ଟ୍ରାଏଲ୍ସ ବେଳେ ଦୁଇ ଆଥ୍‌ଲେଟ୍‌ ଲଙ୍ଗ ଜମ୍ପର ଏମ୍‌ ଶ୍ରୀଶଙ୍କର ଏବଂ ୨୦ କିମି ରେସ୍‌ ୱାକର କେଟି ଇର୍ଫାନ ଖରାପ ପ୍ରଦର୍ଶନ କରିଥିଲେ। ଏମାନଙ୍କ ଏହି ପ୍ରଦର୍ଶନ ନେଇ ସମସ୍ତେ ଚିନ୍ତାରେ ପଡ଼ିଥି‌ଲେ। ଏଥିପାଇଁ ଏଏଫ୍‌ଆଇ ଚୟନ ସମିତିର ଏକ ଜରୁରୀକାଳୀନ ବୈଠକ ବସିଥିଲା। ଏଥିରେ ‌ଟୋକିଓ ଗସ୍ତରେ ଯାଇଥିବା ୨୬ ଜଣିଆ ଦଳରୁ ଏମାନଙ୍କୁ ବାଦ୍‌ ଦେବା ନେଇ ଆଲୋଚନା ହୋଇଥିଲା। ହେଲେ ଉଭୟଙ୍କ ‌ପ୍ରଶିକ୍ଷକ ଆଶ୍ବସନା ଦେବାରୁ ବାଦ୍‌ ନଦେବାକୁ ନିଷ୍ପତ୍ତି ହୋଇଥିଲା।

ହେଲେ ଟୋକିଓରେ ଯଦି ଖେଳାଳିମାନେ ଖରାପ ପ୍ରଦର୍ଶନ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ହୋଇଥିଲା। ‘‘‌ଉଭୟଙ୍କ ପ୍ରଶିକ୍ଷକ ଆମକୁ କଥା ଦେଇଥିଲେ ଯେ ସେମାନଙ୍କ ‌ଖେଳାଳି ଟୋକିଓରେ ଶ୍ରେଷ୍ଠ ପ୍ରଦର୍ଶନ କରିବେ। ତେଣୁ ଆମେ ସେମାନଙ୍କୁ ବାଦ୍‌ ଦେବାକୁ ଚାହିଁନଥିଲୁ। ହେଲେ ଟୋକିଓରେ ଖରାପ ପ୍ରଦର୍ଶନ କଲେ ଖେଳାଳିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ’’ ବୋଲି ଏଏଫ୍‌ଆଇ ସଭାପତି ଆଦିଲ ସୁମରିୱାଲା କହିଛନ୍ତି। ସୂଚନାଯୋଗ୍ୟ ଯେ ଶୁକ୍ରବାର ସଂଧ୍ୟାରେ ୨୫ ଜଣ ଖେଳାଳିଙ୍କ ସହ ମୋଟ ୪୪ ଜଣିଆ ଦଳ ଟୋକିଓ ଗସ୍ତ କରିଥିଲା। କେବଳ ଜା‌ଭ୍‌ଲେନ୍‌ ଫିଙ୍ଗାଳି ନୀରଜ ଚୋପ୍ରା ନିଜ ପ୍ରଶିକ୍ଷକଙ୍କ ସହ ଟୋକିଓରେ ପୂର୍ବରୁ ପହଞ୍ଚି ସାରିଛନ୍ତି। ଭାରତୀୟ ଆଥ୍‌ଲେଟ୍‌ମାନଙ୍କ ଇଭେଣ୍ଟ ଜୁଲାଇ ୩୦ରୁ ଆରମ୍ଭ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe