ପୂର୍ବତନ ସନ୍ତୋଷ‌ ଟ୍ରଫି ଖେଳାଳି ଦିଲ୍ଲୀପଙ୍କ ପରଲୋକ

Advertisment
ପୂର୍ବତନ ସନ୍ତୋଷ‌ ଟ୍ରଫି ଖେଳାଳି ଦିଲ୍ଲୀପଙ୍କ ପରଲୋକ

କଟକ: ରାଜ୍ୟର ପୂର୍ବତନ ଫୁଟବଲ ଖେଳାଳି ଦିଲ୍ଲୀପ କୁମାର ମଜୁମଦାରଙ୍କର ଗୁରୁବାର ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୦ବର୍ଷ ବୟସ ହୋଇଥିଲା। ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ସେ ରାଜ୍ୟ ପକ୍ଷରୁ ପ୍ରତିନିଧିତ୍ୱ କରିବା ସହିତ ବିଭିନ୍ନ ପ୍ରତିଷ୍ଠିତ କ୍ଲବ ପକ୍ଷରୁ ମଧ୍ୟ ଖେଳିଥିଲେ। ଏହାଛଡ଼ା ସେ ଜଣେ ଜାତୀୟ ସ୍ତରର ହକି ଖେଳାଳି ଥିଲେ। ପତ୍ନୀ, ୨ ପୁଅ ଓ ୨ କନ୍ୟାଙ୍କୁ ସେ ଛାଡ଼ିଯାଇଛନ୍ତି। ବିଏସ୍‌ଏନଏଲ୍‌ରୁ ସେ ଅବସର ନେଇଥିଲେ। ଦିଲ୍ଲୀପଙ୍କ ବିୟୋଗରେ ଫୁଟ୍‌ବଲ୍‌ ଆସୋସିଏଶନ ଅଫ ଓଡ଼ିଶା(ଫାଓ) ପକ୍ଷରୁ ସମ୍ପାଦକ ଆଶୀର୍ବାଦ ବେହେରା ଶୋକ ପ୍ରକାଶ କରିବା ସହ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe