ହକି କିଂବଦନ୍ତି କେଶବ ଦତ୍ତଙ୍କ ପରଲୋକ

Advertisment
ହକି କିଂବଦନ୍ତି କେଶବ ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ: ଦୁଇ ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା, ମହାନ ହକି ତାରକା ତଥା କୋଟି କୋଟି ଉଦୀୟମାନ କ୍ରୀଡ଼ା ତାରକାଙ୍କ ପ୍ରେରଣାର ଅସରନ୍ତି ଉତ୍ସ କେଶବ ଦତ୍ତଙ୍କ ବୁଧବାର ବାର୍ଦ୍ଧକ୍ୟ ଜନିତ ଜଟିଳତା ଯୋଗୁଁ ପରଲୋକ ହୋଇ ଯାଇଛି। ତା’ସହ ଭାରତୀୟ ହକିରେ ଏକ ସ୍ବର୍ଣ୍ଣିମ ଯୁଗର ଅବସାନ ଘଟିଛି। ୯୫ ବର୍ଷୀୟ କିଂବଦନ୍ତି ସେଣ୍ଟର ହାଫ୍‌ କେଶବ ଦତ୍ତ ବୁଧବାର ପୂର୍ବାହ୍ନ ୧୨ଟା ୩୦ରେ କୋଲକାତାସ୍ଥିତ ନିଜ ସନ୍ତୋଷପୁର ବାସଭବନରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ।

ଦୁଇ ପୁଅ, ଝିଅ ଓ ପତ୍ନୀ ବିଦେଶରେ ରହୁଥିଲା ବେଳେ ଦତ୍ତ କୋଲକାତାରେ ଏକାକି ନିଃସଙ୍ଗ ଜୀବନ ବିତାଉଥିଲେ। ୧୯୨୫ ମସିହା ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିବା ଦତ୍ତ ଭାରତୀୟ ହକିର ସ୍ବର୍ଣ୍ଣିମ ଯୁଗର ଅନ୍ୟତମ ଅଂଶୀଦାର ଥିଲେ। ବିଭାଜନ ପରେ କୋଲକାତାକୁ ସେ ନିଜ ବାସସ୍ଥାନ ଭାବେ ବାଛି ନେଇଥିଲେ। ୧୯୪୮ ଓ ୧୯୫୨ ମସିହାରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ଦତ୍ତ ଅନ୍ୟତମ ସଦସ୍ୟ ଥିଲେ। ତାଙ୍କ ନିଧନରେ ହକି ଇଣ୍ଡିଆ ସଭାପତି ଜ୍ଞାନେନ୍ଦ୍ରୋ ନିଙ୍ଗୋମବମ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଭାରତୀୟ କ୍ରୀଡ଼ା ପ୍ରାଧିକରଣ, ଟେନିସ୍ ତାରକା ଲିଆଣ୍ଡର ପେସ୍‌ଙ୍କ ପିତା ଭେସ୍ ପେସ୍‌ଙ୍କ ସହ ବହୁ ପୂର୍ବତନ ଖେଳାଳି ଓ ହକିପ୍ରେମୀ ଶୋକପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe