ଶ୍ରୀଲଙ୍କାରୁ ସ୍ଥାନାନ୍ତର ହୋଇପାରେ ଏସିଆ କପ୍

Advertisment
ଏସିଆ କପ୍‌ ଭେନ୍ୟୁ ନିଷ୍ପତ୍ତି ମାର୍ଚ୍ଚକୁ ସ୍ଥଗିତ

Pakistan's first HD Sports Channel

କଲମ୍ବୋ: ଘୋର ଆର୍ଥିକ ସଙ୍କଟ ଏବଂ ଏଥିନେଇ ହିଂସାତ୍ମକ ବିରୋଧ ଓ ବିକ୍ଷୋଭ ପ୍ରଦର୍ଶନ ତଥା ବିଭିନ୍ନ ପ୍ରକାର ଅତ୍ୟାବଶ୍ୟକ ସାମଗ୍ରୀର ଅପ୍ରତ୍ୟାଶିତ ଅଭାବ ଭଳି ଅହେତୁକ ସମସ୍ୟା ଦେଇ ଗତି କରୁଥିବା ଶ୍ରୀଲଙ୍କାରୁ ଆଗାମୀ ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତା ସ୍ଥାନାନ୍ତର ହେବାର ଆଶଙ୍କା ବଢ଼ି ଯାଇଛି। ଆଇପିଏଲ୍ ଫାଇନାଲ୍ ପରେ ଏଥିନେଇ ଆନୁଷ୍ଠାନିକ ନିଷ୍ପତ୍ତି ନିଆଯିବ। ତେବେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ତୀବ୍ର ଅଶାନ୍ତ ଘରୋଇ ପରିବେଶ ଲାଗି ଏହି ପ୍ରତିଯୋଗିତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଲାଗି ଏସୀୟ କ୍ରିକେଟ୍ ପରିଷଦ (ଏସିସି) ସଭାପତି ଜୟ ଶାହଙ୍କୁ ଅନୁରୋଧ କରିସାରିଥିବା ଜଣାପଡ଼ିଛି। ଏଥିନେଇ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡର ସଭାପତି ଶାମି ସିଲ୍‌ଭା ସଂପ୍ରତି ଅହମଦାବାଦରେ ଅଛନ୍ତି। ସୂଚନାଯୋଗ୍ୟ ଯେ ଏସିଆ କପ୍‌ର ଆଗାମୀ ସଂସ୍କରଣ ଅଗଷ୍ଟ ୨୭ରୁ ‌ସେପ୍ଟେମ୍ବର ୧୧ ତାରିଖ ପର୍ଯ୍ୟନ୍ତ ଖେଳାଯିବାର ଅଛି। ସିଲ୍‌ଭାଙ୍କ ସହ ଏଥନେଇ ଯୋଗାଯୋଗରେ ଥିବା ମଧ୍ୟ ଶାହ ଏକ ସାକ୍ଷାତକାର ଅବସରରେ କହିଛନ୍ତି। ଶ୍ରୀଲଙ୍କାରୁ ସ୍ଥାନାନ୍ତର ହେଲେ ଏସିଆ କପ୍ ୟୁଏଇ କିମ୍ବା ବାଂଲାଦେଶରେ ଖେଳାଯିବାର ଅଧିକ ସମ୍ଭାବନା ରହିଛି। ତେବେ ଅଷ୍ଟ୍ରେଲିଆ ଏବଂ ପାକିସ୍ତାନ ବିପକ୍ଷ ଘରୋଇ ଶୃଙ୍ଖଳାକୁ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ ସ୍ଥଗିତ ରଖିବନି ବୋଲି ସ୍ପଷ୍ଟ ସଙ୍କେତ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe