ବାହୁଡ଼ିଲେ ଏସିଆ କପ୍‌ ବିଜେତା ଯୁବ ଦଳ

ବାହୁଡ଼ିଲେ ଏସିଆ କପ୍‌ ବିଜେତା ଯୁବ ଦଳ

ବାଙ୍ଗାଲୋର: ଓମାନରେ ଆୟୋଜିତ କନିଷ୍ଠ ପୁରୁଷ ଏସିଆ କପ୍‌ ଫାଇନାଲ୍‌ରେ ଚିରପ୍ରତିନ୍ଦ୍ବନ୍ଦ୍ବୀ ପାକିସ୍ତାନକୁ ହରାଇ ବିଜେତା ହୋଇଥିବା ଭାରତୀୟ ଦଳ ଶନିବାର ଅପରାହ୍ଣରେ ସ୍ବଦେଶରେ ପାଦ ଥାପିଛି। ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିବା ପରେ ଏହି ଦଳକୁ ହକି କର୍ଣ୍ଣାଟକର ସମ୍ପାଦକ ଏବି ସୁବାୟାଙ୍କ ସହ ଅନ୍ୟ ଅଧିକାରୀ ଏବଂ ସାଇ ଏସ୍‌ଟିସିର ପ୍ରତିନିଧିମାନେ ସ୍ବାଗତ କରିଥିଲେ। ଫାଇନାଲ୍‌ରେ ଭାରତ ୨-୧ରେ ପାକିସ୍ତାନକୁ ହରାଇଥିଲା ବେଳେ ଲିଗ୍‌ ପର୍ଯ୍ୟାୟରେ ଏହି ଦଳ ମ୍ୟାଚ୍‌ ଅମୀମାଂସିତ ରଖି ପଏଣ୍ଟ ବାଣ୍ଟିଥିଲା। ଏହି ବିଜୟ ସହ ଭାରତ ମଧ୍ୟ ପାକିସ୍ତାନ (୩)କୁ ପଛରେ ପକାଇ ସର୍ବାଧିକ ୪ ଥର କନିଷ୍ଠ ଏସିଆ କପ୍‌ ଜିତିବାର କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe