ମୁମ୍ବାଇ: ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ଆଶା କରୁଛି ଯେ ଏସିଆ କପ୍ ଟ୍ରଫି "ଗୋଟିଏ କିମ୍ବା ଦୁଇ ଦିନ ମଧ୍ୟରେ" ଏହାର ମୁମ୍ବାଇ ମୁଖ୍ୟାଳୟରେ ପହଞ୍ଚିବ । କିନ୍ତୁ ଯଦି ଏହା ନ ହୁଏ ତେବେ ଏକ ପ୍ଲାନ-ବି ପ୍ରସ୍ତୁତ ରଖିଛି ବିସିସିଆଇ । ତାହା ହେଉଛି ଆସନ୍ତା ନଭେମ୍ବର ୪ରେ ଦୁବାଇରେ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ବୈଠକରେ ଏହି ମାମଲାକୁ ଉଠାଯିବ । ଏପରିକି ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଉପରେ କଟକଣା କିମ୍ବା ଜୋରିମାନା ଲଗାଇବା ଲାଗି ମଧ୍ୟ ବିସିସିଆଇ ଦାବି କରିପାରେ । 

Advertisment

ପୁଣି ମୁହାଁମୁହିଁ ହେବେ ଭାରତ-ପାକ୍ 

ଅନ୍ୟପକ୍ଷରେ ଏହି ବିବାଦ ଶେଷ ନହଉଣୁ ଏସୀୟ କ୍ରିକେଟ ପରିଷଦ ପକ୍ଷରୁ ଆଉ ଏକ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ ଘୋଷଣା କରାଯାଇଛି । ତାହା ହେଉଛି ଏସିଆ କପ୍ ରାଇଜିଂ ଷ୍ଟାର୍ସ ଚାମ୍ପିୟନସପ୍ । ନଭେମ୍ବର ୧୪ରୁ ୨୩ ପର୍ଯ୍ୟନ୍ତ ଦୋହାରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ ହେବାର ସମ୍ଭାବନା ରହିଛି । 

ଆହୁରି ପଢନ୍ତୁ : Anti-Conversion Bill : ରାଜସ୍ଥାନରେ ଲାଗୁ ହେଲା ଧର୍ମାନ୍ତରୀକରଣ ବିରୋଧୀ ଆଇନ

ଏସିଆ କପ ବିବାଦ

ସୂଚନାଯୋଗ୍ୟ ଯେ ଭାରତ ସେପ୍ଟେମ୍ବର ୨୮ ତାରିଖରେ ଦୁବାଇରେ ଏସିଆ କପ୍ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା। ଏସିଆ କପ୍ ଜିତିବା ପରେ, ଭାରତୀୟ ଦଳ ନକଭିଙ୍କଠାରୁ ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲା। ତା’ପରେ ନକଭି ଏହାକୁ ନିଜ ସହିତ ନେଇଯାଇଥିଲେ ଏବଂ ସେବେଠାରୁ ଏହା ଏସିସି କାର୍ଯ୍ୟାଳୟରେ ତାଲା ପକାଇ ରଖାଯାଇଥିଲା। କିନ୍ତୁ ଗତ ସପ୍ତାହରେ ସେ ଟ୍ରଫିକୁ ଏକ ଅଜ୍ଞାତ ସ୍ଥାନକୁ ନେଇଯାଇଥିଲେ । ଏହା ପରେ ବିବାଦ ଆହୁରି ବଢିଯାଇଥିଲା ।

ଆହୁରି ପଢନ୍ତୁ : India vs Australia 2nd T-20 : ଭାରତକୁ ୪ ୱିକେଟରେ ପରାସ୍ତ କଲା ଅଷ୍ଟ୍ରେଲିଆ