ନୂଆ ଆଇପିଏଲ୍ ଦଳ ପାଇଁ ଟେଣ୍ଡର ସମୟ ସୀମା ବଢ଼ାଇଲା ବିସିସିଆଇ

ନୂଆ ଆଇପିଏଲ୍ ଦଳ ପାଇଁ ଟେଣ୍ଡର ସମୟ ସୀମା ବଢ଼ାଇଲା ବିସିସିଆଇ

InsideSport

ମୁମ୍ବାଇ: ଆଇପିଏଲ୍‌ର ଦୁଇଟି ନୂଆ ଦଳ ଲାଗି ଟେଣ୍ଡର ପେପର କିଣିବା ସମୟ ସୀମାକୁ ବିସିସିଆଇ ଆଉ ୧୦ ଦିନ ଅର୍ଥାତ୍ ଚଳିତ ମାସ ୨୦ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ଏହି ଦୁଇଟି ଦଳ ଲାଗି ବିସିସିଆଇ ଗତ ଅଗଷ୍ଟ ୩୧ ତାରିଖରେ ଟେଣ୍ଡର ଜାରି କରିଥିଲା। ଏଥିଲାଗି ୧୦ ଲକ୍ଷ ଟଙ୍କାର ଫେରସ୍ତ ବିହୀନ ଦେୟ ସହ ଟେଣ୍ଡର ପେପର କିଣିବାର ଶେଷ ତାରିଖ ଚଳିତ ଅକ୍ଟୋବର ୧୦ ତାରିଖ ରଖାଯାଇଥିଲା। ତେବେ ବିଭିନ୍ନ ଆଗ୍ରହୀ କ୍ରେତାଙ୍କ ଅନୁରୋଧକ୍ରମେ ଟେଣ୍ଡର ପେପର କିଣିବାର ଅନ୍ତିମ ତାରିଖକୁ ଅକ୍ଟୋବର ୨୦ ତାରିଖକୁ ବଢ଼ାଇ ଦିଆଯାଇଥିବା ବିସିସିଆଇ ବୁଧବାର ପ୍ରକାଶ କରିଥିବା ପ୍ରେସ୍ ବିଜ୍ଞପ୍ତିରେ କହିଛି। ଆଇପିଏଲ୍‌ର ନୂଆ ଦଳ ପାଇଁ କଟକ ସମେତ ୬ ସହରକୁ ସଂକ୍ଷିପ୍ତ ତାଲିକାରେ ରଖାଯାଇଥିଲା। ତେବେ ଅହମ୍ମଦାବାଦ, ଲକ୍ଷ୍ନୌ କିମ୍ବା ପୁଣେ ମଧ୍ୟରୁ ଦୁଇଟି ସହର ନୂଆ ଦଳର ମାଲିକାନା ପାଇବାର ସମ୍ଭାବନା ଅଧିକ ରହିଛି। ସୂଚନା ଅନୁସାରେ କୋଟାକ ଗ୍ରୁପ୍, ଅରୋବିନ୍ଦୋ ଫର୍ମା, ଟୋରେଣ୍ଟ ଫର୍ମା, ଆରପି-ସଂଜୀବ ଗୋଏଙ୍କା ଗ୍ରୁପ୍ , ବିରଳା ଗ୍ରୁପ୍ ପ୍ରମୁଖ ଆଇପିଏଲ୍‌ର ନୂଆ ଦଳ କିଣିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି। ଉଭୟ ଦଳ ଲାଗି ମୂଳଦର ୨,୦୦୦ କୋଟି ଥିଲା ବେଳେ ବିସିସିଆଇ ପ୍ରତ୍ୟେକକୁ ଅନ୍ୟୂନ ୩୫୦୦ କୋଟି ଟଙ୍କାରେ ବିକିବାକୁ ଲକ୍ଷ୍ୟ ରଖିଛି। ଆସନ୍ତା ୨୫ ତାରିଖରେ ହିଁ ଏହି ଦୁଇଟି ଯାକ ଦଳ ଉନ୍ମୋ‌ଚିତ ହେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe