ଟି-୨୦ ବିଶ୍ବକପ୍‌ ପାଇଁ ୟୁଏଇକୁ ଷ୍ଟାଣ୍ଡ୍‌ବାଇ ରଖିଲା ବିସିସିଆଇ

‌ଟିକା ନେବା ନିଷ୍ପତ୍ତି ଖେଳାଳିଙ୍କ ଉପରେ ଛାଡ଼ିଲା ବିସିସିଆଇ

ଭାରତ ବାହାରକୁ ଯିବ ଟ୍ବେଣ୍ଟି-୨୦ ବିଶ୍ବକପ୍‌: ୟୁଏଇ ଓ ଓମାନ ସ୍ଥାନାନ୍ତର ସମ୍ଭାବନା

ନୂଆଦିଲ୍ଲୀ: ସଂପ୍ରତି ଭାରତରେ ‌କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ହୁ ହୁ ବଢ଼ିବାକୁ ଲାଗିଥିଲା ବେଳେ ଏଠାରେ ହେବାକୁଥିବା ଟି-୨୦ ବିଶ୍ବକପ୍‌ ଆଉ ମାତ୍ର ୫ ମାସ ରହିଛି। ଏହାକୁ ନଜରରେ ରଖି ଭାରତୀୟ କ୍ରିକେଟ୍‌ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ୟୁଏଇକୁ ଷ୍ଟାଣ୍ଡ୍‌ବାଇ ଭେନ୍ୟୁ ଭାବେ ରଖିଛି। ଆଗାମୀ ଦିନରେ ଯଦି ଭାରତରେ କରୋନାର ପ୍ରକୋପ ନକମେ ତ‌େବେ ବିସିସିଆଇ ୟୁଏଇରେ ଏହି ବହୁଦେଶୀୟ ପ୍ରତିଯୋଗିତା ଆୟୋଜନ କରିବା ଲାଗି ନିଷ୍ପତ୍ତି ନେଇପାରେ। ବିସିସିଆଇ ପାଇଁ ମଧ୍ୟ ଆଇସିସି ସବୁ ବିକଳ୍ପ ଖୋଲା ରଖିଛି। ସଂପ୍ରତି ଆଇସିସିର ଅଧିକାରୀମାନେ ଭାରତରେ ଅଛନ୍ତି। ଗତ ସପ୍ତାହରେ ବିସିସିଆଇ ୯ ଷ୍ଟାଡିୟମରେ ଆୟୋଜନ କରିବାକୁ ଆଇସିସିକୁ ପ୍ରସ୍ତାବ ଦେଇଥିଲା। ଫାଇନାଲ୍‌ ମ୍ୟାଚ୍‌ ଅହମଦାବାଦରେ ଥିବା ବିଶ୍ବର ବୃହତ ଷ୍ଟାଡିୟମରେ ଆୟୋଜନ ଲାଗି ପ୍ରସ୍ତାବ ରଖିଛି। ଗତ ବର୍ଷ ଏହି ପ୍ରତିଯୋଗିତା ଅଷ୍ଟ୍ରେଲିଆରେ ଆୟୋଜିତ ହେବାର ଥିଲା। ହେଲେ କରୋନା ଯୋଗୁଁ ଆଇସିସି ଏହାକୁ ସ୍ଥଗିତ ରଖିଥିଲା ଏବଂ ଚଳିତ ବର୍ଷ ଆୟୋଜନ ଲାଗି ଭାରତକୁ ଅନୁମତି ଦେଇଥିଲା।

‌ଟିକା ନେବା ନିଷ୍ପତ୍ତି ଖେଳାଳିଙ୍କ ଉପରେ ଛାଡ଼ିଲା ବିସିସିଆଇ
ଭାରତ ସରକାର ମେ ପହିଲାରୁ ଦେଶର ୧୮ ବର୍ଷରୁ ଊର୍ଦ୍ଧ ସମସ୍ତ ନାଗରିକ କରୋନା ଟିକା ନେଇପାରିବେ ବୋଲି ଘୋଷଣା କରିଛନ୍ତି। ସଂପ୍ରତି ଆଇପିଏଲ୍‌ରେ ଖେଳୁଥିବା ସେହି ବର୍ଗର ଖେଳାଳିମାନେ କିଭଳି ଟି‌କା ନେବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ହେଲେ ବିସିସିଆଇ ଟିକା ନେବା ନିଷ୍ପତ୍ତି ଖେଳାଳିଙ୍କ ଉପରେ ଛାଡ଼ିଛି। ଚଳିତ ଆଇପିଏଲ୍‌ରେ ଇଂଲଣ୍ଡ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ୱେଷ୍ଟ୍‌ଇଣ୍ଡିଜ୍‌ର ବହୁ ବିଦେଶୀ ଖେଳାଳି ରହିଛନ୍ତି। ତେବେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଟି‌କା କେବଳ ଭାରତୀୟ ଖେଳାଳିମାନେ ନେଇପାରିବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe