ଆାଇସିସି ଆଜି ଟ୍ବେଣ୍ଟି-୨୦ ବିଶ୍ବକପ୍ ନିଷ୍ପତ୍ତି ନେବ ବୋଲି ବିସିସିଆଇର ଆଶା

Advertisment
ଆୟର୍ଲାଣ୍ଡ ବିଦା: ସୁପର-୧୨ରେ ନାମିବ୍ୟା, ଶ୍ରୀଲଙ୍କା ଅପରାଜେୟ

DNA India

ମୁମ୍ବାଇ: ଆଇପିଏଲ୍ (ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌) ଭଳି ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଭାଗ୍ୟ ମଧ୍ୟ ସୂତା ଖିଅରେ ଝୁଲୁଛି। ସତ କହିବାକୁ ଗଲେ ଟ୍ବେଣ୍ଟି-୨୦ ବିଶ୍ବକପ୍ ବାତିଲ କିମ୍ବା ସ୍ଥଗିତ ହେବାର ସର୍ବାଧିକ ଆଶଙ୍କା ରହିଛି। ଏଥିନେଇ ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) କିନ୍ତୁ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନି। ଏହି ନିଷ୍ପତ୍ତି ଆଇସିସି ସୋମବାର କରିବ ବୋଲି ବିସିସିଆଇ ଆଶା ରଖିଛି। ବିଶ୍ବକପ୍ ସ୍ଥଗିତ ନିଷ୍ପତ୍ତି ଘୋଷଣା ପରେ ଯାଇ ଆଇପିଏଲକୁ ନେଇ ଯାହା କିଛି ଘୋଷଣା କରାଯାଇ ପାରିବ ବୋଲି ବିସିସିଆଇ ପୂର୍ବରୁ କହିସାରିଛି। ଏହା ପୂର୍ବରୁ ଏସିଆ କପ୍ ମଧ୍ୟ ବାତିଲ ହୋଇସାରିଛି।

ବିଶ୍ବକପ୍ ସ୍ଥଗିତ କିମ୍ବା ବାତିଲ ‌ହେଲେ ଏହି ସମୟକୁ ଆଇପିଏଲ୍ ଆୟୋଜନରେ ଉପଯୋଗ କରିବାକୁ ବିସିସିଆଇ ଚିନ୍ତା କରୁଛି। ଟ୍ବେଣ୍ଟି-୨୦ ବିଶ୍ବକପ୍ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଆୟୋଜନ ହେବାର ଥିଲା। ଯାହା ୨୦୨୨କୁ ଘୁଞ୍ଚିବାର ସର୍ବାଧିକ ସମ୍ଭାବନା ରହିଛି। କାରଣ ଆସନ୍ତାବର୍ଷ ଅର୍ଥାତ୍ ୨୦୨୧ରେ ଭାରତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ଚର୍ତୁଦଶ ସଂସ୍କରଣ ଆୟୋଜନ କରିବାର ଅଧିକାର ପାଇଛି। ଚଳିତବର୍ଷ ଟ୍ବେଣ୍ଟି-୨୦ ବିଶ୍ବକପ୍ ଆୟୋଜନ କରିବା ସମ୍ଭବ ନୁହେଁ ବୋଲି କ୍ରିକେଟ୍ ଅଷ୍ଟ୍ରେଲିଆ ମଧ୍ୟ କହିସାରିଛି। ଏହା ସତ୍ତ୍ବେ ଆଇସିସି ଏହାକୁ ନେଇ କୌଣସି ସ୍ପଷ୍ଟ ନିଷ୍ପତ୍ତି ନେଉନି। ଯାହାକୁ ନେଇ ବିସିସିଆଇ ଅଧିକାରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe