ଗାଙ୍ଗୁଲି, ସାହାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇ

Advertisment
ଗାଙ୍ଗୁଲି, ସାହାଙ୍କ କାର୍ଯ୍ୟକାଳ ବଢ଼ାଇବାକୁ ଉଚ୍ଚତମ ନ୍ୟାୟାଳୟରେ ବିସିସିଆଇ

Times of India

ନୂଆଦିଲ୍ଲୀ: ବର୍ତ୍ତମାନର ସଭାପତି ସୌରଭ ଗାଙ୍ଗୁଲି ଏବଂ ସମ୍ପାଦକ ଜୟ ସାହାଙ୍କ କାର୍ଯ୍ୟକାଳକୁ ସମ୍ପୂର୍ଣ୍ଣ ୩ ବର୍ଷୀୟା କରିବା ଲାଗି ବିସିସିଆଇ ଇତିମଧ୍ୟରେ ଉଚ୍ଚତମ ନ୍ୟାୟାଳୟରେ ଆବେଦନ କରିଛି। ଲୋଧା ସମିତି ସୁପାରିସ୍‌ ଓ ଉଚ୍ଚତମ ନ୍ୟାୟାଳୟଙ୍କ ଅନୁମୋଦିତ ୩ ବର୍ଷର ଶୀତଳିକରଣ (କୁଲିଂ ଅଫ୍‌) ଅବଧିକୁ ବାଦ୍ ଦେଇ ଏଭଳି କରିବାକୁ ବିସିସିଆଇ ନିବେଦନ କରିଛି। ଏ ନେଇ ବିସିସିଆଇ ମଧ୍ୟ ଗତ ଡିସେମ୍ବର ପହିଲା ଏଜିଏମ୍‌ରେ ସମ୍ବିଧାନରେ ଆବଶ୍ୟକୀୟ ପରିବର୍ତନ କରିଛି। ନ ହେଲେ ଗାଙ୍ଗୁଲିଙ୍କ ପାଇଁ ଜୁଲାଇରୁ ଏବଂ ସାହାଙ୍କ ପାଇଁ ଜୁନ୍‌ରୁ କୁଲିଂ ଅଫ୍‌ ଅବଧି ଲାଗୁ ହୋଇଯିବ। ୨୦୧୮ ମସିହା ଅଗଷ୍ଟ ୯ ତାରିଖର ଉଚ୍ଚତମ ନ୍ୟାୟାଳୟ ଅନୁମୋଦନକୁ ନଜରରେ ରଖି ବିସିସିଆଇ ଏହାର ସମ୍ବିଧାନରେ ସଂଶୋଧନ କରିଛି।

କ୍ରିକେଟ୍ ପ୍ରଶାସକ ସମିତି ଦ୍ବାରା ପ୍ରସ୍ତୁତ ଏବଂ ଉଚ୍ଚତମ ନ୍ୟାୟାଳୟଙ୍କ ଅନୁ ମୋଦିତ ଚିଠା ପ୍ରସ୍ତାବରେ କୌଣସି କ୍ରିକେଟ୍ ପ୍ରଶାସକ ରାଜ୍ୟ କ୍ରିକେଟ୍ ସଂଘ କିମ୍ବା ବିସିସିଆଇରେ ୨ଟି କାର୍ଯ୍ୟକାଳ ପୂର୍ଣ୍ଣ କରିଥିଲେ ୩ ବର୍ଷ ପାଇଁ କୁଲିଂ ଅଫ୍‌ ଅବଧିରେ ରହିବେ। ଅର୍ଥାତ୍‌ ପରବର୍ତୀ ୩ ବର୍ଷ କୌଣସିଠାରେ କର୍ମକର୍ତା ରହିପାରିବେ ନାହିଁ। ସେହି କାରଣରୁ ଗାଙ୍ଗୁଲି ଜୁଲାଇରୁ ଏବଂ ସାହା ଜୁନ୍‌ରୁ କ୍ରିକେଟ୍‌ ପ୍ରଶାସନଠାରୁ ୩ ବର୍ଷ ଦୂରେଇ ରହିବା କଥା। ଗତ ଅକ୍ଟୋବରରେ ଏମାନେ ବିନା ପ୍ରତିଦ୍ବନ୍ଦ୍ବିତାରେ ନିର୍ବାଚିତ ହୋଇଥିଲେ। ବିସିସିଆଇ ଏଜିଏମ୍ କିନ୍ତୁ ଏଥିରେ ସଂଶୋଧନ କରି କେବଳ ବିସିସିଆଇରେ ଲଗାତାର ଦୁଇଟି କାର୍ଯ୍ୟକାଳ ପୂର୍ଣ୍ଣ କରିଥ‌ିଲେ କୁଲିଂ ଅଫ୍‌ ଅବଧି ଲାଗୁ କରିବାକୁ ଉଚ୍ଚତମ ନ୍ୟାୟାଳୟକୁ ନିବେଦନ କରିଛି। ପୂର୍ବରୁ ଗାଙ୍ଗୁଲି କ୍ରିକେଟ୍ ଆସୋସିଏସନ୍‌ ଅଫ୍‌ ବେଙ୍ଗଲ୍ (ସିଏବି) ଏବଂ ସାହା ଗୁଜୁରାଟ କ୍ରିକେଟ୍ ସଂଘ (ଜିସିଏ)ରେ ନିଜ ନିଜର କାର୍ଯ୍ୟକାଳ ପୂର୍ଣ୍ଣ କରିଥିବାରୁ କେବଳ ବଳକା ଦିନଗୁଡିକ ବିସିସିଆଇରେ ରହିପାରିବେ ବୋଲି ବର୍ତମାନର ଉଚ୍ଚତମ ନ୍ୟାୟାଳୟଙ୍କ ‌ଆଦେଶ କହୁଛି।

ଗତ ଏଜିଏମ୍‌ରେ ଅନ୍ୟ ଏକ ପ୍ରମୁଖ ପରିବର୍ତ୍ତନ ପ୍ରସ୍ତାବ ଅନୁସାରେ କେବଳ ବିସିସିଆଇ ସଦସ୍ୟ କିମ୍ବା ଏହାର ଆପେକ୍ସ ସଦସ୍ୟଙ୍କ ନାମରେ ଆପରାଧିକ ମାମଲା ଥିଲେ ଅଯୋଗ୍ୟ ଘୋଷଣା କରାଯାଉ ବୋଲି ଦାବି କରାଯାଇଛି। କିନ୍ତୁ ଉଚ୍ଚତମ ନ୍ୟାୟାଳୟ ଏହାକୁ ଆଇସିସି ଏବଂ ଅନ୍ୟ ଅନ୍ତର୍ଜାତୀୟ ସଂଘ ପର୍ଯ୍ୟନ୍ତ ବ୍ୟାପ୍ତ ରଖିଥିବାରୁ ବିସିସିଆଇ ଏହାକୁ ବାଦ୍ ଦେବାକୁ କହିଛି। ଆପରାଧିକ ମାମଲା କିମ୍ବା ୩ ବର୍ଷରୁ ଅଧିକ ଜେଲ୍‌ ଦଣ୍ଡ ଭୋଗିଥିଲେ ତାଙ୍କୁ କ୍ରିକେଟ୍ ପ୍ରଶାସନରେ ଅଯୋଗ୍ୟ ରଖିବାକୁ ବିସିସିଆଇ ପ୍ରସ୍ତାବ ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe