ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ ସପକ୍ଷରେ ବିସିସିଆଇ

Advertisment
ଭାରତର ବିଶ୍ବକପ୍‌ ଆଶା ବଢ଼ାଇବ ‘ଦ ହଣ୍ଡ୍ରେଡ୍‌’

Gulf News

ମୁମ୍ବାଇ: ଅଲିମ୍ପିକ୍ସରେ କ୍ରିକେଟ୍‌ ଖେଳକୁ ସାମିଲ କରିବା ଲାଗି ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ସମର୍ଥନ କରିଛି। ୧୯୦୦ ମସିହାର ପ୍ୟାରିସ୍‌ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ ଥିଲା ଏବଂ ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ମଧ୍ୟ ଏହି କ୍ରୀଡ଼ା କୁମ୍ଭରେ କ୍ରିକେଟକୁ ପୁଣି ସାମିଲ କରିବା ଲାଗି ଉଦ୍ୟମ ଜାରି ରଖିଛି। ୨୦୨୮ ଲସ୍ ଏଞ୍ଜେଲ୍ସ ଅଲିମ୍ପିକ୍ସରେ କ୍ରିକେଟ୍‌ ସାମିଲ୍ ହେବାର ସମ୍ଭାବନା ମଧ୍ୟ ରହିଛି। ପୂର୍ବରୁ ବିସିସିଆଇ ଏହା ସପକ୍ଷରେ ନଥିଲେ ମଧ୍ୟ ଏବେ ମନ ବଦଳାଇଛି। ଦେଶର ଅଲିମ୍ପିକ୍ସ ସମିତି ନିକଟରେ ଉତ୍ତରଦାୟୀ ରହିବାକୁ ପଡ଼ିବା ଆଶଙ୍କା ରହୁଥିବାରୁ ବିସିସିଆଇ ଦୂରେଇ ରହୁଥିଲା। ଶୁକ୍ରବାର ବିସିସିଆଇ ଆପେକ୍ସ କାଉନସିଲ୍‌ର ଏକ ଭର୍ଚୁଆଲ୍‌ ବୈଠକ ଅବସରରେ କୋଷାଧ୍ୟକ୍ଷ ଅରୁଣ ସିଂହ ଧୂମାଲ୍‌ କହିଥିଲେ, ‘ଆମେ ସୁଯୋଗର ଅପେକ୍ଷାରେ ରହିଛୁ। ଏଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛୁ।’ ଆସନ୍ତା ବର୍ଷର ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ବିସିସିଆଇ ମଧ୍ୟ ଏହାର ମହିଳା ଦଳକୁ ପଠାଇବାକୁ ଯାଉଛି। ପୂର୍ବରୁ ୧୯୯୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କ୍ରିକେଟ୍ ପଦାର୍ପଣ କରିଥିଲା। ଦକ୍ଷିଣ ଆଫ୍ରିକା ପୁରୁଷ ଦଳ ସ୍ବର୍ଣ୍ଣ ପଦକ ଜିତିଥିଲା।

ଏହି ଅବସରରେ ଧୂମାଲ ମଧ୍ୟ ଚଳିତ ବର୍ଷର ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପ୍ରସ୍ତୁତି ସମ୍ପର୍କରେ କିଛି ସୂଚନା ଦେଇଥିଲେ। ବିସିସିଆଇ ଏହାର ଭେନ୍ୟୁଗୁଡିକୁ ଚୂଡାନ୍ତ କରିବାରେ ଲାଗିଛି, ଏଥିଲାଗି ସଂକ୍ଷିପ୍ତ ତାଲିକା ପ୍ରସ୍ତୁତ ସରିଛି। ଫାଇନାଲ୍ ମ୍ୟାଚ୍‌ ଅହମଦାବାଦର ମୋଟେରାସ୍ଥିତ ୧,୩୨,୦୦୦ ଦର୍ଶକ କ୍ଷମତା ବିଶିଷ୍ଟ ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ଖେଳାଯିବ ବୋଲି ଧାର୍ଯ୍ୟ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe