ବେଙ୍ଗାଲୁରୁରେ ଶ୍ରୀଲଙ୍କା ବିପକ୍ଷ ଦିବାରାତ୍ର ଟେଷ୍ଟ୍‌ ପାଇଁ ବିସିସିଆଇର ଯୋଜନା

ବିଶ୍ବକପ୍‌ ପାଇଁ ୨୦ ଜଣଙ୍କୁ ବାଛିଲା ବିସିସିଆଇ: ‌ଖେଳାଳି ଚୟନ ପାଇଁ ‌ୟୋ ୟୋ ଟେଷ୍ଟ ଓ ଡେକ୍ସା ମାନଦଣ୍ଡ

Image Courtesy of DNA India

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷରେ ଚଳିତ ବର୍ଷ ଦିବାରାତ୍ର ଟେଷ୍ଟ୍‌ ଆୟୋଜନ ପାଇଁ ଭାରତୀୟ କ୍ରିକେଟ୍‌ ବୋର୍ଡ (ବିସିସିଆଇ) ଯୋଜନା କରୁଛି। ପୂର୍ବରୁ ପ୍ରଥମ ଟେଷ୍ଟ୍‌କୁ ମୋହାଲିରେ ଆୟୋଜନ ପାଇଁ ସୂଚୀ ପ୍ରସ୍ତୁତ ହୋଇଥିଲା। ପ୍ରାଥମିକ ସୂଚୀ ମୁତାବକ ମୋହାଲି ଓ ବେଙ୍ଗାଲୁରୁରେ ଟେଷ୍ଟ୍‌ ଏବଂ ମୋହାଲି, ଧର୍ମଶାଳା ଏବଂ ଲକ୍ଷ୍ନୌରେ ଟି-୨୦ ମ୍ୟାଚ୍‌ ଖେଳାଯିବାକୁ ସ୍ଥିର ହୋଇଥିଲା। ମାତ୍ର ଏଥିରେ ପରିବର୍ତନର ଆଭାସ ମିଳିଛି। ପରିବର୍ତିତ ସୂଚୀ ଅନୁଯାୟୀ ଧର୍ମଶାଳାରେ ପ୍ରଥମ ଦୁଇଟି ଟି-୨୦ ଖେଳାଯିବାର ସମ୍ଭାବନା ରହିଛି। ସେହିପରି ଶ୍ରୀଲଙ୍କା‌ ବିପକ୍ଷ ପ୍ରଥମ ଟେଷ୍ଟ୍‌ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ୧୦୦ତମ କୀର୍ତ୍ତି ବହନ କରୁଥିବାରୁ ଏହା ଉପରେ ବିସିସିଆଇ ଅଧିକ ଗୁରୁତ୍ବ ଦେଇଛି। ବି‌ଶେଷକରି ମୋହାଲିରେ କାକରର ପ୍ରଭାବ ଅଧିକ ରହିବା ଏବଂ ମ୍ୟାଚ୍‌କୁ ପ୍ରଭାବିତ କରିବା ଆଶଙ୍କା ଥିବାରୁ ସେଠାରେ ଦିବାରାତ୍ର ଟେଷ୍ଟ୍‌କୁ ବୋର୍ଡ ଚାହୁଁନି।

ଅନ୍ୟପକ୍ଷରେ ବେଙ୍ଗାଲୁରୁରେ କୋହଲିଙ୍କ ଅସଂଖ୍ୟ ପ୍ରଶଂସକ ରହିଥିବାରୁ ସେଠାରେ ପ୍ରଥମ ଟେଷ୍ଟ୍‌ ଆୟୋଜନ କରିବାକୁ ବୋର୍ଡ ଆଗଭର ହୋଇଛି। ଫଳରେ ଟେଷ୍ଟ୍‌ର ଭେନ୍ୟୁରେ ପରିବର୍ତନ କରାଯାଇପାରେ ଏବଂ ଗୋଲାପୀ ବଲ୍‌ ଟେଷ୍ଟ୍‌ ବେଙ୍ଗାଲୁରୁରେ ଆୟୋଜନ କରିବାକୁ ବିସିସିଆଇ ଯୋଜନା କରୁଛି। ତଥାପି ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେ‌ଷ୍ଟ୍‌ କେଉଁଠି ହେବ ତାହା ସ୍ପଷ୍ଟ ହୋଇନାହିଁ। ସେହିପରି କୋଭିଡ୍‌ ମହାମାରୀ ଯୋଗୁଁ ବିସିସିଆଇ ଭେନ୍ୟୁ ସୀମିତ ରଖିବା ଲକ୍ଷ୍ୟ ରଖିଥିବାରୁ ଲକ୍ଷ୍ନୌ ଟି-୨୦ ମ୍ୟାଚ୍‌ ଆୟୋଜନରୁ ବଞ୍ଚିତ ହୋଇପାରେ। ଖେଳାଳିମାନଙ୍କ ବଳୟରୁ ବଳୟ ସ୍ଥାନାନ୍ତରକୁ ସହଜ କରିବା ପାଇଁ ଟେଷ୍ଟ୍‌ ପରିବର୍ତେ ତିନିଟି ଟି-୨୦ରୁ ଶ୍ରୀଲଙ୍କା ବିପକ୍ଷ ଶୃଙ୍ଖଳା ସମ୍ଭବତଃ ଆରମ୍ଭ ହେବ। ଉଭୟ ଦଳ ଶୃଙ୍ଖଳା ଆରମ୍ଭରୁ ଟି-୨୦ ଖେଳିବାକୁ ରାଜି ହୋଇଛନ୍ତି। ଅନ୍ୟପକ୍ଷରେ ବେଙ୍ଗାଲୁରୁରେ ଆନ୍ତର୍ଜାତିକ ଘରୋଇ ଋତୁ ଶେଷ କରିବା ପୂର୍ବରୁ ବ୍ୟସ୍ତବହୁଳ ଭ୍ରମଣକୁ କାଣ୍ଟଛାଣ୍ଟ କରିବା ପାଇଁ ଅଧିକାଂଶ ଶୃଙ୍ଖଳା ଧର୍ମଶାଳା ଏବଂ ମୋହାଲିରେ ଆୟୋଜନ କରିବାକୁ ବୋର୍ଡ ମଧ୍ୟ ଚିନ୍ତା କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe